ରୋଷେୟା ସଙ୍ଘର ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ

25

Get real time updates directly on you device, subscribe now.

ନବରଙ୍ଗପୁର (ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ ୪ର୍ଥ ଶ୍ରେଣୀ କର୍ମଚାରୀ ସଂଘ ସଭାଗୃହ ଠାରେ ନବରଙ୍ଗପୁର ଜିଲାର ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ଵାରା ପରିଚାଳିତ ବିଦ୍ୟାଳୟ ଗୁଡିକର ସମସ୍ତ ରୋଷେୟା ତଥା ସେବାୟତ ମାନଙ୍କ ଏକ ଜିଲାସ୍ତରୀୟ ବୈଠକ ଜିଲ୍ଲା ସଙ୍ଘ ସଭାପତି ହୀରାଧର ଜାନୀଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ଗତ ୩୦ବର୍ଷ ଧରି ଏହି କର୍ମଚାରୀ ମାନେ ରୋଷେୟା ଭାବେ କାର୍ଯ୍ୟ କରି ଆସୁଛନ୍ତି । ତେଣୁ ସେମାନଙ୍କୁ ଶ୍ରମିକ ପ୍ରଥା ଉଛେଦ କରି ସ୍ଥାୟୀ ନିଯୁକ୍ତି ଦିଆଯିବା, ଇପିଏଫ / ଇଏସଆଇ କାଟିବା, ଦୁର୍ଘଟଣା ଜନିତ କ୍ଷତିପୂରଣ ଦେବା, ଅବସର କାଳୀନ ଭତ୍ତା ପ୍ରଦାନ ଭଳି କିଛି ଗୁରୁତ୍ୱପୂର୍ଣ୍ଣ ଦାବି ଗୁଡିକ ଉପରେ ଆଲୋଚନା ହୋଇଥିଲା |ଆଗାମୀ ଦିନରେ ସରକାର ସେବାୟତ ମାନଙ୍କର ଦାବୀ ପୂରଣ କରାନଯାଏ, ତେବେ ସମସ୍ତ ରୋଷେୟା ମାନେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ବୈଠକରେ ନିସ୍ପତି ନିଆଯାଇଛି | ଉକ୍ତ ବୈଠକରେ ନବରଙ୍ଗପୁର ଜିଲା ସମ୍ପାଦକ ରାଜେନ୍ଦ୍ର ନାୟକ , କୋଷାଧ୍ୟକ୍ଷ ରଇଲୁ ମାଝୀ, ଉପଦେଷ୍ଟା ଲକ୍ଷ୍ମୀ ନାୟକ, ସଭ୍ୟ ଲକ୍ଷ୍ମୀ ଚନ୍ଦ୍ର ଭତ୍ରା, ମଙ୍ଗରୁ ଭତ୍ରା , ଗଣପତି ଭତ୍ରା, ସମାରୁ ହରିଜନ ଓ ୧୦୦ରୁ ଊର୍ଦ୍ଧ୍ଵ ରୋଷେୟା କର୍ମଚାରୀ ଉପସ୍ଥିତ ଥିଲେ । ଉକ୍ତ ବୈଠକକୁ ଗୌରହରି ନାୟକ ପରିଚାଳନା କରିଥିଲେ | ନବରଙ୍ଗପୁର ଜିଲ୍ଲାରୁ ରଵିନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ସଙ୍ଘର୍ଷ୍ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More