ରୋଷେଇ ଘରକୁ ଆଳୁ, ପିଆଜ ମନା ତା ସାଙ୍ଗକୁ ପରିବା ଦର ଆକାଶ ଛୁଆଁ

10

Get real time updates directly on you device, subscribe now.

ଭଦ୍ରକ ( ସଂଘର୍ଷ ମିଡିଆ ) : କରୋନା ପାଇଁ ଲଗାତର ଭାବେ ସରକାର ଲକଡାଉନ ,ସଟଡାଉନ ତା ସାଙ୍ଗକୁ ବନ୍ୟା ଆସିବା ପରେ ଲୋକଙ୍କର ମେରୁଦଣ୍ଡ ଏକପ୍ରକାର ଭାଙ୍ଗିଯାଇଥିଲା ବେଳେ ଆଉ ଏବେ ବଜାରରେ ପରିବା ଦର ଶୁଣିଲେ ଲୋକମାନଙ୍କର ହୋସ ଉଡିଯାଉଛି l ସରକାର ଆଳୁ, ପିଆଜକୁ ଅତ୍ୟାବଶ୍ୟକ ସାମଗ୍ରୀରୁ ବାଦ ଦେବାପରେ ଏହାର ସିଧାସଳଖ ପ୍ରଭାବ ପଡିଛି ସାଧାରଣ ଲୋକଙ୍କ ଉପରେ । ଲୋକଙ୍କ ପଖାଳ କଂସା ପାଖରେ ପିଆଜ ଦେଖିବାକୁ ମିଳୁନାହିଁ ।ଏହି କିଛି ଦିନ ହେଲା ଲୋକଙ୍କ ରୋଷେଇ ଘରେ କନ୍ଦାଉଛି ଆଳୁ ପିଆଜ ।ଏହା ସହ ଆକାଶ ଛୁଆଁ ପରିବା ଦର ପଚାରିବାକୁ ଡର ଲାଗୁଛି l ଆଳୁ କିଲୋ ପିଛା ୩୫ ଟଙ୍କାରେ ବିକ୍ରି ହେଉଥିବା ବେଳେ ପିଆଜ ୪୫ ଟଙ୍କା l ବାଇଗଣ, ଟମାଟୋ, ଭେଣ୍ଡି, ପୋଟଳ, କାଙ୍କଡ, ଗାଜର, କଲରା, ଝୁଡଙ୍ଗ କିଲୋ ୬୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଫୁଲକୋବି,ବନ୍ଧା କୋବି ଗୋଟା ୬୦ରୁ ୮୦ ଟଙ୍କା, କଖାରୁ ୩୦ ଟଙ୍କା, ଅମୃତଭଣ୍ଡା ୩୦ ଟଙ୍କା, ଲଙ୍କା ୧୦୦ ରେ ବିକ୍ରି ହେଉଛି । ଦୋକାନୀ ମାନେ ଏବେ କିଲୋ ଦର ନକହି ଗ୍ରାହକଙ୍କୁ ପାଏ (୨୫୦) ଦର କହୁଛନ୍ତି ।ସେ କହନ୍ତି ବନ୍ୟା ଯୋଗୁ ପନିପରିବା ଚାଷ ନଷ୍ଟ ସୋଇଯାଇଛି ଯାହା ବାହାରୁ ଆସୁଛି ଅଧିକ ଦରରେ ଆମକୁ କିଣିବାକୁ ପଡୁଛି ବୋଲି ଦୋକାନୀ କହନ୍ତି । ତେବେ ଏହିଦର ପରିବା ଅମଳ ହେବା ପର୍ଯ୍ୟନ୍ତ ରହିବ ବୋଲି କହିଛନ୍ତି । ଏମାନଙ୍କ ପ୍ରତି ପ୍ରଶାସନର କୌଣସି ଅଙ୍କୁଶ ରହୁନଥିବାରୁ ପରିବା ବେପାରୀ ମାନେ ମନଇଚ୍ଛା ଦର ନେଉଛନ୍ତି ବୋଲି ଲୋକମାନେ କହନ୍ତି । ୬ ମାସ ଲକଡାଉନ, ସଟଡାଉନ ଲାଗିରହବା ସହିତ ବନ୍ୟା ଆଳଦେଖାଇ ବ୍ୟବସାୟୀ ମାନେ ଏହାର ସୁଯୋଗରେ ଏବେ ପରିବା ଦର ହଠାତ୍ ବଢାଇ ଦେଇଛନ୍ତି । ଗରିବ, ଖଟିଖିଆ ଓ ମଧ୍ୟବିତ ପରିବାର ଏହାଦ୍ବାରା ହନ୍ତସନ୍ତ ହେଉଥିବା ବେଳେ କେବଳ ସରକାରୀ ଚାକିରିଆଙ୍କୁ ବାଦ ଦେଲେ ଅନ୍ୟ ସମସ୍ତେ ପରିବା ଦର ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରୁଛନ୍ତି । ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଏମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More