ରୋଟାରୀ କ୍ଲବ ରାଉରକେଲା ସେଣ୍ଟ୍ରାଲର ସ୍ଥାପନା ଦିବସ ପାଳିତ

21

Get real time updates directly on you device, subscribe now.

ରାଉରକେଲା(ସଂଘର୍ଷ ମିଡିଆ ) : ରୋଟାରୀ କ୍ଲବ ରାଉରକେଲା ସେଣ୍ଟ୍ରାଲ ର ୨୬ ତମ ସ୍ଥାପନା ଦିବସ ଆଭାସୀ ବୈଠକ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସଭାପତି ରୋଟାରୀଆନ ଅବଦୁସ ସଲାମ୍ ସମସ୍ତଙ୍କୁ ସ୍ବାଗତ କରିବା ସହ ରୋଟାରୀଆନଙ୍କ ପାଇଁ ଖୋଲା ସୁଯୋଗ ସଂପର୍କରେ ଆଲୋଚନା କରିଥିଲେ। ଏହାସହ ଅନୁଷ୍ଠାନକୁ ୨୦୨୦-୨୧ପାଇଁ ପ୍ଲାଟିନମ କ୍ଲବ ଆୱାଡ ଓ ଗୋଲଡେନ ପ୍ରେସିଡେଣ୍ଟ ଆୱାଡ ମିଳିଥିବା ଯୋଗୁଁ ସମସ୍ତଙ୍କ ସହଯୋଗ ପାଇଁ ସାଧୁବାଦ ଜଣାଇଥିଲେ। ଏହାପରେ ସେ ୨୦୨୧-୨୨ ପାଇଁ ସଭାପତି ଭାବେ ରୋଟାରୀଆନ ଆର.କରିନ୍ ଓ ରୋଟାରୀଆନ ସଂପାଦକ ଅଶୋକ ଭଞ୍ଜ ୨୦୨୧-୨୨ ପାଇଁ ନୂତନ ସଂପାଦକ ରୋଟାରୀଆନ ରବି ଦାସଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ସଭାପତି ଶ୍ରୀ କରିନ୍ ଆଗାମୀ କାର୍ଯ୍ୟକ୍ରମରେ ସାକ୍ଷରତା କୁ ଗୁରୁତ୍ୱ ଦେବା ସହ ନିଜର ନୂତନ ଟିମ୍ ଘୋଷଣା କରିଥିଲେ। ଏହି ଅବସରରେ ଡିଷ୍ଟ୍ରିକ୍ଟ ଗଭର୍ନର ରୋଟାରୀଆନ ସୁନିଲ ପାଠକ ନୂତନ ଟିମ୍ କୁ ସ୍ବାଗତ କରିବା ସହ ଅନୁଷ୍ଠାନର ଲକ୍ଷ୍ୟ ସଂପର୍କରେ ଅବଗତ କରାଇଥିଲେ। ରୋଟାରୀଆନ ରାଜେଶ ଗର୍ଗ ସହ ଜିଲ୍ଲା ଗଭର୍ନର ଭାବେ ରୋଟାରୀଆନ ବିକାଶ ଗୋଲଚାଙ୍କୁ ପରିଚିତ କରାଇବା ପରେ ଶ୍ରୀ ଗୋଲଚା ୨୦୨୧-୨୨ପାଇଁ ଅନୁଷ୍ଠାନର ଆଭିମୁଖ୍ଯ ସଂପର୍କରେ ଆଲୋଚନା କରିଥିଲେ। ରୋଟାରୀଆନ ଅରୁଣ ଅଗ୍ରୱାଲ ମୁଖ୍ୟ ଅତିଥି ରୋଟାରୀଆନ ମନଜିତ୍ ସିଂ ଙ୍କୁ ପରିଚିତ କରାଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ରୋଟାରୀଆନ ସର୍ବଶ୍ରୀ ରାଜେଶ ଅଗ୍ରୱାଲ, ସୁନିଲ କାୟଲ,ମୁକେଶ ଅଗ୍ରୱାଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ରୋଟାରିଆନ ସ୍ମିତା ଆଥେରିଆ ମଂଚ ସଂଯୋଜନା ଓ ରୋଟାରୀଆନ ବିଶ୍ବଜିତ ପତି ଧନ୍ୟବାଦ ଅର୍ପଣ କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More