ରୋଟାରୀ କ୍ଲବ ପୁରୀ ସାଗର ପକ୍ଷରୁ ‘ସର୍ବେ ଭବନ୍ତୁ ସୁଖିନଃ’ କାର୍ଯ୍ୟକ୍ରମ ଅନୁଷ୍ଠିତ

9

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : ଆଜି ପବିତ୍ର ପଣା ସଂକ୍ରାନ୍ତ ଅବସରରେ ରୋଟାରୀ କ୍ଲବ ଅଫ୍ ପୁରୀ ସାଗର ପକ୍ଷରୁ ଉତ୍କଳୀୟ ନବବର୍ଷ ମହାସମାରୋହରେ ପାଳିତ ହୋଇଯାଇଛି। ସମସ୍ତ ଉତ୍କଳୀୟମାନଙ୍କ ମନରେ ନୂତନ ଆଶା, ନବ ଚେତନା, ନୂଆ ଉଦ୍ଦିପନା ଓ ନୂତନ ଉତ୍ସାହ ଭରିଦେବା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଦପଦ୍ମରେ ବିନୀତ ପ୍ରଣତି ଅର୍ପଣ କରାଯାଇଛି। ଏହି ଅବସରରେ ସମସ୍ତଙ୍କର ସୁଖ ସମୃଦ୍ଧି ଓ ନିରାମୟ ଜୀବନ କାମନା କରି ସିଂହଦ୍ବାର ସମ୍ମୁଖରେ ସାମୁହିକ ଦୀପଦାନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଠାରେ ରୋଟାରୀ କ୍ଲବ ୩୨୬୨ର ଜିଲ୍ଲା ଗଭର୍ଣ୍ଣର ରୋଟାରିଆନ୍ ପ୍ରଭୁଦତ୍ତ ସୁବୁଦ୍ଧି, ୨୦୨୩-୨୪ ବର୍ଷର ଜିଲ୍ଲା ଗଭର୍ଣ୍ଣର ଜୟଶ୍ରୀ ମହାନ୍ତି, ୨୦୨୪-୨୫ ବର୍ଷର ଜିଲ୍ଲା ଗଭର୍ଣ୍ଣର ଯଜ୍ଞଶିଷ ମହାପାତ୍ର ଏବଂ ୨୦୨୫-୨୬ ବର୍ଷର ଜିଲ୍ଲା ଗଭର୍ଣ୍ଣର ମନୋଜ କୁମାର ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ। ସିଂହଦ୍ବାର ସମ୍ମୁଖରେ ବେଦଧ୍ବନୀ ପ୍ରକମ୍ପିତ ହେଉଥିବା ବେଳେ ଉତ୍କଳୀୟ ନବବର୍ଷ ଉପଲକ୍ଷେ ଏଠାରେ ରୋଟାରୀ କ୍ଲବ ଅଫ୍ ପୁରୀ ସାଗର ପକ୍ଷରୁ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହା ପରେ ପରେ କ୍ଲବ ପକ୍ଷରୁ ସଭାପତି ଧବଳେଶ ମହାପାତ୍ର ଓ ସମ୍ପାଦକ ପ୍ରମୋଦ ସ୍ବାଇଁଙ୍କ ସଂଯୋଜନାରେ ଏଠାରେ ଉପସ୍ଥିତ ଚାରି ଜଣ ଜିଲ୍ଲା ଗଭର୍ଣ୍ଣରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆଜି ପବିତ୍ର ପଣା ସଂକାନ୍ତି ଅବସରରେ ପୁରୀ ରୋଟାରୀ କ୍ଲବ ଅଫ୍ ପୁରୀ ସାଗର ପକ୍ଷରୁ ଆୟୋଜିତ ଅଭିନବ କାର୍ଯ୍ୟକ୍ରମ ‘ସର୍ବେ ଭବନ୍ତୁ ସୁଖିନଃ’କୁ ସମସ୍ତ ଜିଲ୍ଲା ଗଭର୍ଣ୍ଣରମାନେ ପ୍ରଶଂସା କରିଛନ୍ତି। ଏହାପରେ ସମସ୍ତ ଉତ୍କଳୀୟମାନଙ୍କ ଉନ୍ନତି କାମନା ପାଇଁ କ୍ଲବ ପକ୍ଷରୁ ମହାପ୍ରଭୁଙ୍କ ପାଦପଦ୍ମରେ ଦୀପଦାନ କରାଯାଇଥିଲା। ପ୍ରତି ସପ୍ତାହ ପରି ଆଜି ମଧ୍ୟ ପୁରୀ କ୍ଲବ ପରିସରରେ କ୍ଲବର ସାପ୍ତାହିକ ବୈଠକର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ କ୍ଲବର ୨୦୨୩-୨୪ ବର୍ଷର ସଭାପତି ରାଜଦୀପ ଘୋଷ, ସମ୍ପାଦକ ହରିହର ଖୁଣ୍ଟିଆ, ଚାର୍ଟର ସଭାପତି ଅଶୋକ ପାତ୍ର, ପୂର୍ବତନ ସଭାପତି ଯୁଧିଷ୍ଠିର ଲେଙ୍କା ଓ ଅନ୍ୟ ସଦସ୍ୟ/ସଦସ୍ୟାମାନେ ପରିଚାଳନା କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More