ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ ସିଟି ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

9

Get real time updates directly on you device, subscribe now.

ରାଉରକେଲା(ସଂଘର୍ଷ ମିଡିଆ) : – ବୃହତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ ସିଟି ତରଫରୁ ଅଂଶଗ୍ରହଣ କରାଯାଇଥିଲା । ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ଗେଟ୍ ନମ୍ବର ୧ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ଶହେରୁ ଉର୍ଦ୍ଧ୍ବ ବୃକ୍ଷ ରୋପଣ କରାଯାଇଥିଲା । ବନବିଭାଗ ତରଫରୁ ବରିଷ୍ଠ ଅଧିକାରୀ ଡଃ ଅରୁଣ କୁମାର ମିଶ୍ର, ଯଶୋବନ୍ତ ସେଠୀଙ୍କ ସହ ରୋଟାରୀଆନ ଏମଡି ମନଜିତ ସିଂ ଓ ପ୍ରଥମ ମହିଳା ମଲିନ୍ଦର କୌରଙ୍କ ସହ ଅନ୍ୟ ୯ଟି ରୋଟାରୀ କ୍ଲବ ଏଥିରେ ସାମିଲ ହୋଇଥିଲେ । ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ ସିଟି ତରଫରୁ ରୋଟାରୀଆନ ପୁତୁଲ ରାହୁଲ, ଡଃ ଅଞ୍ଜନା ମୈତ୍ର, ସୁଚିସ୍ମିତା ବିଶ୍ବାସ, ପ୍ରିତି କୌର, ପ୍ରିତି ଅଗ୍ରୱାଲ, ଦିଲ୍ଲୀପ ଭୁଇ, କୁମାର ବେହେରା, ଗୌରୀ ନାଗଙ୍କ ସମେତ ବହୁ ରୋଟାରୀଆନ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ ଅନୁଷ୍ଠାନ ତରଫରୁ ପୂର୍ବରୁ ଜାତୀୟ ଡାକ୍ତର ଦିବସ ପାଳନ କରାଯାଇଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More