ରୋଟାରୀଆନ ଆଲେକଜାଣ୍ଡାର ଡିସୌଜାଙ୍କୁ ଶିକ୍ଷାବିତ୍ ସମ୍ମାନରେ ସମ୍ମାନିତ

11

Get real time updates directly on you device, subscribe now.

ରାଉରକେଲା(ସଂଘର୍ଷ ମିଡିଆ ) : ରୋଟାରୀ ଇଣ୍ଡିଆ ସାକ୍ଷରତା ମିଶନ ରେ ନ୍ୟାସନାଲ ବିଲଡର ଆୱର୍ଡ ଦେବାର ବ୍ୟବସ୍ଥା ଅଛି । ଏଥିପାଇଁ ରୋଟାରୀ କ୍ଲବ ଷ୍ଟିଲ ସିଟି ତରଫରୁ ଶିକ୍ଷାବିତ ରୋଟାରୀଆନ ଆଲେକଜାଣ୍ଡାର ଡିସୌଜାଙ୍କୁ ଶିକ୍ଷାବିତ୍ ସମ୍ମାନ ପ୍ରଦାନ କରାଯାଇଥିଲା । ରାଉରକେଲା କ୍ଲବ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ଡିସୌଜାଙ୍କୁ ସମ୍ମାନିତ କରାଯାଇଥିଲା । ସୂଚନା ଯୋଗ୍ୟ ଯେ ଶ୍ରୀ ଡିସୌଜାଙ୍କ ଶିକ୍ଷା ପ୍ରତି ପ୍ରତିବଦ୍ଧତା ଯୋଗୁଁ ୨୦୧୪ ରେ ଆନ୍ତର୍ଜାତିକ ଇନଷ୍ଟିଚ୍ୟୁଟ୍ ଅଫ ଏଜୁକେସନ ଆଣ୍ଡ ମ୍ୟାନେଜମେଣ୍ଟ, ନୂଆଦିଲ୍ଲୀ ତରଫରୁ ଶ୍ରେଷ୍ଠ ଶିକ୍ଷାବିତ ସମ୍ମାନ ଓ ରାଷ୍ଟ୍ରୀୟ ବିଦ୍ୟା ଗୌରବ ସ୍ବର୍ଣ୍ଣ ପଦକ ପ୍ରାପ୍ତ ଭଳି ବିଭିନ୍ନ ଅନୁଷ୍ଠାନରୁ ସମ୍ବର୍ଦ୍ଧିତ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ରୋଟାରୀଆନ ଆନାବେଲ ଡିସୌଜା, ପୁତୁଲ ରାହୁଲ,ସୁଚିସ୍ମିତା ବିଶ୍ବାସ, ବୀଣାପାଣି,ସଞ୍ଜୟ ମହାନ୍ତି, ସସ୍ମିତା ପ୍ରହରାଜ,ଡଃ ସମିତା ସାମଲ,ସଂଜିତ ଛୋଟରାୟ,ପିଉ ଗୁହା,ମଞ୍ଜୁ ମେହେର, ଅଞ୍ଜନା ମୈତ୍ର,ପୁନମ କାପୁର,କାବେରୀ ବାନାର୍ଜୀ, ଅର୍ଚ୍ଚନା ମହାନ୍ତି, ଲଳିତା ମୁଦୁଲି, ବିଜୟ, ଡଃ ସରିତା ମଲ୍ଲ, ଅର୍ଘ୍ଯ ଗୁହା,ଗୀତିକା କାପୁର, କୁଲଜିତ ସିନ୍ଧୁ,ପ୍ରୀତି କୌର,ରାଜେନ୍ଦ୍ର ପ୍ରସାଦ, ପି କେ ପତି ପ୍ରମୁଖ ରୋଟାରୀଆନ ମାନେ ଉପସ୍ଥିତ ଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More