ରୋଗୀ ସେବା ଶ୍ରମରେ ଶୀତ ବସ୍ତ୍ର ଓ ମିଷ୍ଟାନ୍ନ ବାଣ୍ଟି ପୁଅର ଜନ୍ମ ଦିନ ପାଳିଲେ ସୋନପୁର ଉପ -ଜ଼ିଲ୍ଲାପାଳ

20

Get real time updates directly on you device, subscribe now.

ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ) : – ବର୍ତ୍ତମାନର ଆଧୁନିକ ଯୁଗରେ ଲୋକେ ବଡ଼ ବଡ଼ ହୋଟେଲରେ ନାଚ ଗୀତ ଭୋଜି ଭାତର ଆସର ଜମାଇ ବାଜା ବାଣ ଫୁଟାଇ ବହୁ ଆଡମ୍ବର ସହିତ ଜନ୍ମ ପାଳନ କରି ବାୟୁ ପ୍ରଦୂଷଣ, ଶବ୍ଦ ପ୍ରଦୂଷଣ ସାଙ୍ଗକୁ ସମଗ୍ର ପରିବେଶ ଦୂଷିତ ହେବାର ଅନେକ ନଜିର ରହିଛି l କିନ୍ତୁ ଏସବୁର ସମ୍ପୂର୍ଣ ବ୍ୟତିକ୍ରମ ଓ ଏକ ନିଆରା ଜନ୍ମ ଦିନ ଉତ୍ସବ ମନାଇ ଥିବା ଦେଖିବାକୁ ମିଳିଛି ସୁବର୍ଣ୍ଣପୁରର ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀଙ୍କ ଠାରେ l ସୁବର୍ଣ୍ଣପୁର ତେଲ ନଦୀ ମହାନଦୀର ସଙ୍ଗମ ସ୍ଥଳରେ ଅବସ୍ଥିତ ରୋଗୀ ସେବା ଶ୍ରମ (ନାରାୟଣ ସେବା ଶ୍ରମ )ରେ ଆଜି ସୁବର୍ଣ୍ଣପୁର ଉପ ଜ଼ିଲ୍ଲାପାଳ ଡଃ ଈପସିତା ପ୍ରିୟଦର୍ଶନୀ ମିଶ୍ର ଶୀତ ବସ୍ତ୍ର ଓ ମିଷ୍ଟାନ ବଣ୍ଟନ କରି ରୋଗୀଙ୍କ ଦୁଃଖ ସୁଖରେ ସାମିଲ ହୋଇ ନିଜ ପୁଅ ଅର୍ଣ୍ଣଭର ଜନ୍ମଦିନ ଉତ୍ସବ ମନାଇ ସମାଜକୁ ଏକ ଭିନ୍ନ ବାର୍ତ୍ତା ପହଞ୍ଚାଇଛନ୍ତି l ଷ୍ଟେନୋ ଗ୍ରାଫର ସଂଜୀବ ମଲ୍ଲିକ ଏସବୁ କାର୍ଯ୍ୟକ୍ରମରେ ସାମିଲ ହୋଇ ସହଯୋଗ କରିଥିବା ଜଣା ଯାଇଛି l ଡଃ ମିଶ୍ରଙ୍କ ଏଭଳି ମହତ କାର୍ଯ୍ୟକୁ ସ୍ୱଚ୍ଛ ଭାରତ, ଓଡିଶା ସାମ୍ବାଦିକ ସଂଘ, ରକ୍ତ ଦାତା ସଂଘ, ବରିଷ୍ଠ ନାଗରିକ ସଂଘ, ସମେତ ସ୍ଥାନୀୟ ବୁଦ୍ଧିଜୀବୀ ମହଲ ରେ ଭୁୟସୀ ପ୍ରଶଂସା କରାଯାଇଛି l ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ ସଂଘର୍ଷ ନିଉଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More