ରୋଗପ୍ରତିରୋଧକ ଟୀକା ନେଇ ଶିଶୁପୁତ୍ରର ମୃତ୍ୟୁ ଅଭିଯୋଗ, ଘଟଣା ସ୍ଥଳରେ ପୋଲିସର ତଦନ୍ତ ଆରମ୍ଭ

15

Get real time updates directly on you device, subscribe now.

ସାଲେପୁର ( ସଂଘର୍ଷ ମିଡିଆ ) : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଇଶାଣୀବହ୍ମପୁର ପଞ୍ଚାୟତର ଲେଉଟିଆକଣ ଗ୍ରାମର ପ୍ରକାଶ ସ୍ୱାଇଁ ନିଜ ଶିଶିପୁତ୍ରକୁ ରୋଗପ୍ରତିରୋଧକ ଟୀକା ଦେବାକୁ ସ୍ଥାନିୟ ଗ୍ରାମର ତିୟାଡିସାହିର ଗାଦିତୋଟା ଅଙ୍ଗନବାଡ଼ି ସେଣ୍ଟରକୁ ଗତ ୧୫ତାରିଖ ଦିନ ନେଇ ଟୀକା ଦେଇଥିଲେ । କିନ୍ତୁ ଟୀକା ନେବାର ଗୋଟିଏ ଦିନ ପରେ ଗତ ୧୬ ତାରିଖ ରାତି ୧୨ ସମୟରେ ଶିଶୁପୁତ୍ରର ମୃତ୍ୟୁ ହୋଇଥିଲା । ଏ ନେଆଇ ପରିବାର ଲୋକେ ଟୀକା ଦେଇଥିବା ସ୍ୱାସ୍ଥ୍ୟ କର୍ମୀଙ୍କୁ ଦାୟୀ କରି କିଶୋନଗର ଥାନା ଅଧିନସ୍ତ କଲରାବାଙ୍କ ଫାଣ୍ଡି ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିବାସହ, କଟକ ଜିଲ୍ଲାପାଳ ଓ ସି .ଡି ଏମଓ ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଆଜି ସକାଳୁ ପୋଲିସ ପହଞ୍ଚି ସ୍ଥାନୀୟ ମଶାଣୀକୁ ଯାଇ ଶିଶୁପୁତ୍ର ପୋତା ହୋଇଥିବା ସ୍ଥାନକୁ ଖୋଳା ଯାଇ ଶିଶୁପୁତ୍ରର ଶବକୁ ଜବତ କରି ପୋଷ୍ଟମୋଟମ ପାଇଁ କଟକ ନିୟଆଯାଇଛି । ଟିକାଦେଇଥିବା ସ୍ଵାସ୍ଥ୍ୟ କର୍ମୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବାର ଲୋକେ ଦବିକରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More