ରୂପାନ୍ତର ନା ପାତର ଅନ୍ତର ? ଯଦି ପ୍ରକୃତରେ ରୂପାନ୍ତରଣ ତ କାହିଁକି ସ୍କୁଲରେ ତାଲା ଓ ଶିକ୍ଷାଧିକାରୀଙ୍କୁ ଆକ୍ରମଣ – ଭୟରେ ଆଜି ଗାଁର ସମସ୍ତ ଛାତ୍ର ଛାତ୍ରୀ କରିଛନ୍ତି ସ୍କୁଲ ବର୍ଜନ
ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ) : ରାଜ୍ୟ ସରକାର ଜୁଲାଇ ମାସ ଶେଷ ବେଳେ 5 T ହାଇସ୍କୁଲ ରୂପାନ୍ତରଣ ଯୋଜନା ରେ ଶିକ୍ଷକ ନିଯୁକ୍ତି ପାଇଁ କଳିଙ୍ଗ ଷ୍ଟାଡିଅମ ରେ ଏକ ସ୍ୱତନ୍ତ୍ର ମହୋତ୍ସବ ମନା ଇଲେ l 6891 ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ନବ ନିଯୁକ୍ତି କଲେ l ନବ ନିଯୁକ୍ତି ର ଏକ ନୁଆଁ ଫର୍ଦ କହି ଆପଣ ମାନେ ଖୁସି ତ ମୁଁ ବି ଖୁସି କହିଲେ ମୁଖ୍ୟମନ୍ତ୍ରୀ l ଏବଂ ଆମ ସରକାର ଙ୍କ ଦୂରଦର୍ଶି ପ୍ରୟାସ, ବହୁମୁଖୀ ଚିନ୍ତନ ବୋଲି ରୂପାନ୍ତରଣ ଉସ୍ସବ ରେ ଭାଷଣ ଦେଲେ ଗଣ ଶିକ୍ଷାମନ୍ତ୍ରୀ l ଆଉ ଶିକ୍ଷକ ଙ୍କୁ ଶିକ୍ଷାଧିକାରୀ ଙ୍କୁ ଗୁରୁମନ୍ତ୍ର ଦେବୁ କହିଲେ l ଏହାକୁ ସ୍ୱାଗତ କରାଯାଉଛି l ହେଲେ ଯଦି ଗୋଟାଏ 24 ବର୍ଷ ର ସରକାର ଙ୍କ ଦୂର ଦର୍ଶୀ ର ପ୍ରୟାସ ଓ ବହୁ ମୁଖି ଚିନ୍ତନ କରୁଛି, ତାହେଲେ ଏବେ ଯାଏଁ ସ୍କୁଲ ମାନଙ୍କ ରେ ଶିକ୍ଷକ ଅଭାବ ଅଛି କେମିତି l ବ୍ଲକ ଓ ଜ଼ିଲ୍ଲା ଶିକ୍ଷାଧିକାରୀ ଓ ପ୍ରଶାସନ ମଧ୍ୟରେ ସମନ୍ୱୟ ର ଏ ଅଭାବ କାହିଁକି ?ସୁବର୍ଣ୍ଣପୁର ଜ଼ିଲ୍ଲା ର ବୀରମହାରାଜପୁର ବ୍ଲକ ରେ ବର୍ଷ ବର୍ଷ ଧରି ବାରମ୍ବାର ଅଭିଯୋଗ ପରେ ମଧ୍ୟ କେନ୍ଦୁପାଲି 5T ସ୍କୁଲ ରେ ଶିକ୍ଷକ ଅଭାବ, ପୁଣି ନିଯୁକ୍ତି ରେ ପାତର ଅନ୍ତର ଯୋଗୁଁ ବିଇଓ ଙ୍କୁ ଅଭିଭାଭାକ ଓ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ହଟହଟା ଓ ମାଡ଼ ଭଳି ଗତ 2 ତାରିଖ ଘଟଣା ଆଜି ତାହା ସ୍ପଷ୍ଟ ହୋଇଛି l ଜ଼ିଲ୍ଲା ତଥା ରାଜ୍ୟ ପ୍ରଶାସନ ର ଓ ସ୍ଥାନୀୟ ଜନ ପ୍ରତିନିଧି ମାନଙ୍କ ଦୁର୍ବଳତା ଓ ବିଫଳତା କୁ ପଦା ରେ ପକାଇଛି l ନିଜର ହକ ପାଇଁ ଲଢେଇ କରୁଥିବା ସୁବର୍ଣ୍ଣପୁର ଜ଼ିଲ୍ଲା ର ଏଇ କେନ୍ଦୁପାଲ୍ଲୀ ଗାଁ ର ସଚେତନ ନାଗରିକ ଓ ଛାତ୍ରଛାତ୍ରୀ ଙ୍କୁ ଜ଼ିଲ୍ଲା ର ଜନ ସାଧାରଣ ସ୍ୱାଗତ କରିଛନ୍ତି ସତ କିନ୍ତୁ ଆଇନ ହାତ କୁ ନେଇ ଜଣେ ଶିକ୍ଷାଧିକାରୀ ଙ୍କୁ ରାଜରାସ୍ତା ରେ ଖରା ରେ ବସାଇ ଟଣା ଓଟରା କରି କୁର୍ତା ଫାଡ଼ିବl, ହଟହଟା କରିବା ଘଟଣା କୁ ଜ଼ିଲ୍ଲା ବିଇଡି ସଂଘ ଓ ବିଭିନ୍ନ ଶିକ୍ଷକ ସଂଘ ନିନ୍ଦା କରିଛନ୍ତି l ଜ଼ିଲ୍ଲାପାଳ ହୁଅନ୍ତୁ କି ଶିକ୍ଷାଧିକାରୀ କେବଳ ବିଦ୍ୟାଳୟ ଗୁଡିକୁ ପରିଦର୍ଶନ କରି ଶିକ୍ଷlର ମାନ ଦଣ୍ଡ କୁ ମାପିଲେ ହେବନି l ଶିକ୍ଷାର ଅଭିବୃଦ୍ଧି ଲାଗି ପ୍ରଥମେ ଶିକ୍ଷକ ଅଭାବ ସମସ୍ୟା କୁ ସମାଧାନ କରିବା ଦିଗରେ ଧ୍ୟାନ ଦେବାକୁ ଏ ଅଞ୍ଚଳ ର ବୁଦ୍ଧିଜୀବୀ ଦାବୀ କରିଛନ୍ତି l ଆମ ରାଜ୍ୟ ର 5T ସ୍କୁଲ ମାନଙ୍କ ର ବାହାର ରଙ୍ଗ ସୁନ୍ଦର, ହେଲେ ରୀତି ନୀତି ଓ ଭିତର ଢଙ୍ଗ ଅସୁନ୍ଦର ବୋଲି କହିଛନ୍ତି l ଏବଂ ସୁବର୍ଣ୍ଣପୁର କେନ୍ଦୁପାଲି ଭଳି ପଶ୍ଚିମ ଓଡିଶା ର ସବୁଆଡେ ଲୋକେ ଯଦି ଏମିତି ସଚେତନ ହେବେ ହକ ପାଇଁ ଲଢେଇ କରିବେ, ଆଉ ପ୍ରଶାସନିକ ଅଧିକାରୀ ଓ ନେତା ମନ୍ତ୍ରୀ ଙ୍କୁ ସଦ ସାହସ କରି ଜବାବ ମାଗିବେ l ତାହେଲେ ସେମାନେ ବି କିଛି ଶିଖିବେ,ତାଙ୍କ ଦାଇତ୍ୱ କର୍ତ୍ତବ୍ୟ କୁ ଧ୍ୟାନ ଦେବେ ଓ ସରକାରଙ୍କ ପାଖରେ ପାଟି ଖୋଲିବାକୁ ସାହସ ଜୁଟାଇବେ ବୋଲି ଲୋକେ ମତ ଦେଇଛନ୍ତି । ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ ସଂଘର୍ଷ ନିଉଜ ।