ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବିରେ ଜଗତସିଂହପୁର ବନ୍ଦ

26

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ) : – ନବନିର୍ମାଣ ଯୁବ ଛାତ୍ର ସଂଗଠନ,ନବ ନିର୍ମାଣ କୃଷକ ସଙ୍ଗଠନ ର ଆହ୍ୱାନ କ୍ରମେ ଜଗତସିଂହପୁର ଜିଲା ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ରୁଚିକା ମହାନ୍ତି ଙ୍କୁ ନ୍ୟାୟ ଦାବିରେ ଓଡିଶା ବନ୍ଦ ଅବସରରେ ଜଗତସିଂହପୁର ଜିଲ୍ଲାରେ ବନ୍ଦ ପାଳନ କରିଛନ୍ତି।ପ୍ରଥମେ ରାଗିଂ କରିଥିବା ପିଲାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ, ଦାୟିତ୍ୱରେ ଅବହେଳା କରିଥିବା କତ୍ତୃପକ୍ଷ ଯଥା ୱାଡେନ,ସୁପରିଡେଣ୍ଟ, ପ୍ରିନ୍ସପାଲଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଉ, ପୋଲିସ ବିଭାଗ ବିନା ତଦନ୍ତରେ ରାଗିଂ ହୋଇ ନଥିବା କହିବା ପାଇଁ କ୍ଷମା ପ୍ରାଥନା କରନ୍ତୁ ବୋଲି ନବନିର୍ମାଣ କୃଷଜ ସଂଗଠନ ର ରାଜ୍ୟ ସହସଂଯୋଜକ ରଶ୍ମିରଞ୍ଜନ ସ୍ବାଇଁ, ଜିଲା ସଂଯୋଜକ ଦୁର୍ଗାଚରଣ ସ୍ୱାଇଁ, ଉପଦେଷ୍ଟା ବଂଶୀଧର ପଟ୍ଟନାୟକ, ପ୍ରଫୁଲ୍ଲ ବିଶ୍ୱାଳ, ବିଷ୍ଣୁ ଚରଣ ଦାଶ, ବାବାଜୀ ଜେନା, ଭୁବନାନନ୍ଦ ନାୟକ, କରୁଣାକର ଦଳବେହେରା,କୈଳାସ ପରିଡା, ଅଶୋକ ସ୍ବାଇଁ, ରଶ୍ମିରଞ୍ଜନ ରଥ ପ୍ରମୂଖ ଆନ୍ଦୋଳନ କାରୀ କହିଥିଲେ। ଏପରିକି ରୁଚିକା କୁ ନ୍ୟାୟ ଦେବା ପାଇଁ ଏବଂ ଓଡ଼ିଶାରେ ଛାତ୍ରୀମାନଙ୍କ ସୁରକ୍ଷା ଓ ସ୍ୱାଭିମାନକୁ ବଞ୍ଚାଇ ରଖିବା ପାଇଁ ଜିଲାର ସମସ୍ତ ଜନ ସାଧାରଣ, ଛାତ୍ର, ଯୁବକ ମହିଳା, ଚାଷୀ, ବୁଦ୍ଧିଜୀବୀ, ବ୍ୟବସାୟୀ ସ୍ବତପୁତ ଭାବେ ଜଗତସିଂହପୁର ବନ୍ଦ କୁ ସଫଳ କରିବାକୁ ଆହ୍ୱାନ ଦେଇଥିଲେ।ଓଡିଶା ବନ୍ଦ ପ୍ରଭାବରେ ଜଗତସିଂହପୁର ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ, ଶିକ୍ଷନୁଷ୍ଠାନ, ସମ୍ପୂର୍ଣ୍ଣ ଖୋଲା ଥିବା ବେଳେ ଦୋକାନ ବଜାର ମଧ୍ୟ ଖୋଲାଥିଲା। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More