ଭଦ୍ରକ(ସଂଘର୍ଷ ମିଡିଆ ) : ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରୀ ଥାନା ପିରିପୁର ଗ୍ରାମରେ କିଛି ଖ୍ରୀଷ୍ଟିଆନ ସମ୍ପ୍ରଦାୟର ବ୍ୟକ୍ତି କଟକ ଅଞ୍ଚଳରୁ ଆସି ପିରିପୁର ଗ୍ରାମର ନିରୀହ ଆଦିବାସୀ ଓ ହରିଜନ ମହିଳା ଓ ପୁରୁଷ ଗ୍ରାମବାସୀଙ୍କୁ ଏକଜୁଟ କରାଇ ରିଲିଫ ଓ ସାହାଯ୍ୟ କରିବା ନାମରେ ଧର୍ମ ପରିବର୍ତ୍ତନ କରିବାପାଇଁ ପ୍ରୟାସ କରୁଥିବା ସମୟରେ ବଜରଙ୍ଗ ଦଳର ସଂଯୋଜକ ଚନ୍ଦ୍ର ଶେଖର ରାଉତ ଏବଂ ତାଙ୍କ କର୍ମୀ ଖବର ପାଇଁ ସେ ସ୍ଥାନରେ ପହଞ୍ଚି ବିରୋଧ କରିବା ସହିତ ସେ ସ୍ଥାନ ଛାଡି ଚାଲିଯିବା ପାଇଁ ତାଗିଦ୍ କରିଥିଲେ। ନିରୀହ ଆଦିବାସୀ ମାନଙ୍କୁ ଧର୍ମ ପରିବର୍ତ୍ତନ ନକରିବାକୁ ବୁଝାଇବା ସହ ଅନୁରୋଧ କରିଥିଲେ। ବଜରଙ୍ଗ ଦଳ ତରଫରୁ କଟକ ଅଞ୍ଚଳରୁ ଆସିଥିବା ଖ୍ରୀଷ୍ଟିଆନ ସମ୍ପ୍ରଦାୟର ବ୍ୟକ୍ତି ମାନଙ୍କ ନାମରେ ଏ ନେ଼ଇ ଭଣ୍ଡାରି ପୋଖରୀ ଥାନାରେ ଅଭିଯୋଗ କରାଯାଇଛି। ପୋଖରୀରୁ ରାଜକିଶୋର ଜେନାଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।