କେନ୍ଦ୍ରାପଡ଼ା( ସଂଘର୍ଷ ମିଡିଆ ) : କେନ୍ଦ୍ରାପଡ଼ା ଆଳି ବ୍ଲକ ଅନ୍ତର୍ଗତ ଏକମାଣିଆ ପଞ୍ଚାୟତର ରିଟେଲର ତଥା ସରକାରଙ୍କ ଖାଉଟି ସାମଗ୍ରୀ ବଣ୍ଟନ କରୁଥିବା ଅଜୟ କୁମାର ସ୍ଵାଇଁଙ୍କ ବିରୋଧରେ ରିଲିଫ୍ ଅଖା ବିକ୍ରି ହୋଇଥିବା ଅଭିଯୋଗ ହେଇଛି। ଏହି ଭିତ୍ତି କରି ସୋମବାର ଦିନ ଆଳି ଏମ ଆଇ ଶ୍ରୀଯୁକ୍ତ ରବିନ୍ଦ୍ର କୁମାର ବେହେରା ଏକମାଣିଆ ପଞ୍ଚାୟତର ଡିଲର ଅଜୟ ବେହେରାଙ୍କ ଗୋଦାମରେ ପହଞ୍ଚି ତଦନ୍ତ ଚଳାଇଥିଲେ। ଖାଲିଥିବା ସମସ୍ତ ରିଲିଫ୍ ଅଖା ଗୋଟି ଗୋଟି ଗଣିବା ସହ ରିଲିଫ୍ ଷ୍ଟକ୍ ଦେଖିଥିଲେ ଓ ପରେ ଅଭିଯୋଗ କରିଥିବା ବ୍ୟକ୍ତି ଓ ମହିଳାଙ୍କ ସହ କଥା ହୋଇଥିଲେ। ସେଠାରେ ଥିବା ସମସ୍ତ ବ୍ୟକ୍ତି ଓ ମହିଳାମାନେ କହିଥିଲେ ଆମେ କୈାଣସି ଅଭିଯୋଗ କରିନାହୁଁ କିଏ ଅଭିଯୋଗ ବିଷୟରେ ଆମେ କିଛି ଜାଣିନାହୁଁ। ଆମେ ଡିଲରଙ୍କ ଠାରୁ ଚାଉଳ ନେଇଛୁ ଆମ ନିଜ ଅଖାରେ। ଏମ୍ ଆଇ ସମସ୍ତ କଥା ଶୁଣିସାରିବା ପରେ ଆମ କ୍ୟାମେରା ସାମ୍ନାରେ ଏମ୍ ଆଇ କହିଥିଲେ ଏ ଅଖା ବିକ୍ରି ସମସ୍ତ ଅଭିଯୋଗ ଭିତ୍ତିହୀନ। ଆମେ ଷ୍ଟକ୍ ଦେଖିବା ସହ ଏଠାକାର ଲୋକମାନଙ୍କୁ ପଚାରି ବୁଝିଥିଲୁ। ଏଠାକାର କୈାଣସି ବ୍ୟକ୍ତି ଓ ମହିଳାମାନେ ସିଧାସଳଖ ଅଖା ବିକ୍ରି ହୋଇନାହିଁ ଏହି ଅଭିଯୋଗ ସମ୍ପୁର୍ଣ୍ଣ ମିଥ୍ୟା ବୋଲି କହିଥିଲେ। ଆମ ପ୍ରତିନିଧି ସେଠାକାର କିଛି ମହିଳା ଓ ବ୍ୟକ୍ତିମାନଙ୍କୁ ପଚାରି ବୁଝିଥିଲେ କିନ୍ତୁ ମହିଳା ଓ ଲୋକମାନେ କହିଥିଲେ ଏ ସବୁ ମିଥ୍ୟା କେଉଁ ବ୍ୟକ୍ତି ରାଗରେ ଏସବୁ ଅଭିଯୋଗ କରିଛନ୍ତି । ଆଳି ରୁ ସୂର୍ଯ୍ୟ ନାରାୟଣ ଦାଶଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍।