ପୁରୀ(ସଂଘର୍ଷ ମିଡିଆ ) : ସ୍ଵାସ୍ଥ୍ୟ ବିଭାଗର ଅବହେଳା ପୁଣି ଦେଖିବାକୁ ମିଳିଛି । ଭୁଲ ରିପୋର୍ଟ ଯୋଗୁ ଜଣେ ସେବାୟତ ସେବାରୁ ବଞ୍ଚିତ ହୋଇଥିବା ଭଳି ସାଂଘାତିକ ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆଣିଛନ୍ତି ଶ୍ରୀମନ୍ଦିର ଘଣ୍ଟୁଆ ନିଯୋଗର ସଂପାଦକ ତଥା ଶ୍ରୀମନ୍ଦିର କାହାଳିଆ ସେବକ ସୁବାଷ ଚନ୍ଦ୍ର ମହାନ୍ତି । ତାଙ୍କୁ ଭୁଲ ରିପୋର୍ଟ ଦିଆଯାଇ ତାଙ୍କୁ ସାନ୍ନଯାତ୍ରାରେ ପାଳି କରିବାରୁ ବଞ୍ଚିତ କରାଯାଇଥିବା ସେ ଅଭିଯୋଗ କରିଛନ୍ତି ।ସୂଚନା ଯୋଗ୍ୟ କୋଭିଡକୁ ଦୃଷ୍ଟିରେ ସ୍ନାନଯାତ୍ରାରେ ନିୟୋଜିତ ଥିବା ସେବକ ମାନଙ୍କ କୋଭିଡ ଟେଷ୍ଟ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା । ଏହି ସୂଚନା ଆଧାରରେ ଶ୍ରୀ ମହାନ୍ତି ୨୨ ତାଖ ଦିନ ତାଙ୍କର କୋଭିଡ ଟେଷ୍ଟ କରାଇଥିଲେ । ତେବେ ସ୍ନାନଯାତ୍ରା ଦିନ ତାଙ୍କର କୋଭିଡ ପଜେଟିଭ ଆସିଛି ବୋଲି ତାଙ୍କୁ ପ୍ରଶାସନ ପକ୍ଷରୁ ଜଣାଯାଇଥିଲା । ତାଙ୍କୁ ସେବା କରିବାକୁ ବାରଣ କରାଯାଇଥିଲା । ୨୨ ତାରିଖ ଦିନ ସେ କରିଥିବା କରୋନା ପରୀକ୍ଷା ରିପୋର୍ଟରେ ସେ କରୋନା ସଂକ୍ରମିତ ହୋଇଥିବା ଉଲ୍ଲେଖ କରିଥିଲା । ତେବେ ତାଙ୍କ ଶରୀରରେ କରୋନାର କୌଣସି ଲକ୍ଷଣ ନଥିବାରୁ ସେ ସଙ୍ଗେ ସଙ୍ଗେ ଘରୋଇ ମେଡିକାଲ ଇ ୨୪ରେ କରୋନା ପରୀକ୍ଷା କରାଇଥିଲେ । ତେବେ ରିପୋର୍ଟରେ ସେ କରୋନା ନେଗେଟଭ ଥିବା କୁହାଯାଇଥିଲା । ସେ ସେହି ରିପୋର୍ଟକୁ ଶ୍ରୀମନ୍ଦିରରେ ନିୟଜିତ ଥିବା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଦେଖାଇଥିଲେ ମଧ୍ୟ ସେ ରିପୋର୍ଟ କୁ ଗ୍ରହଣ କରିନଥିଲେ ।ଏଣୁ ଶ୍ରୀ ମହାନ୍ତି ମୋଚିସାହି କଲ୍ୟାଣ ମଣ୍ଡପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଖୋଲାଯାଇଥିବା କୋଭିଡ ପରୀକ୍ଷା କେନ୍ଦ୍ରରେ କୋଭିଡ ଟେଷ୍ଟ କରିଥିଲେ । ପରୀକ୍ଷାର ରିପୋର୍ଟ ଶନିବାର ଆସିଥିଲା ଯେଉଁଥିରେ ସେ କୋରନା ନେଗେଟିଭ ଥିବା ଉଲ୍ଲେଖ ରହିଥିଲା । ତେବେ ଦୁଇଦିନ ମଧ୍ୟରେ ତିନୋଟି ରିପୋର୍ଟ ମଧ୍ୟରୁ ଗୋଟିଏରେ ପଜେଟିଭ ଏବଂ ଦୁଇଟିରେ ନେଗେଟିଭ କିପରି ହେଲା ବୋଲି ଶ୍ରୀମହାନ୍ତି ଚିନ୍ତାରେ ପଡିବା ସହ ଜଣେ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ ମାତ୍ର ସ୍ୱାସ୍ଥ୍ୟ ଅଧିକାରୀ ଜଣଙ୍କ ସଠିକ ଉତ୍ତର ଦେଇ ନପାରି ସେଠାରୁ ପଳାଇଥିଲେ । ତେବେ ତାଙ୍କର ସ୍ଵାସ୍ଥ୍ୟ ଅବସ୍ଥା ଠିକ ଥିବାରୁ ଏବଂ ତାଙ୍କ ନିକଟରେ କୌଣସି କୋରନା ଲକ୍ଷଣ ନଥିବାରୁ ପ୍ରଥମ ରିପୋଟ ଭୁଲଥିବା ସନ୍ଦେହ କରିଛନ୍ତି । ସ୍ୱାସ୍ଥ୍ୟ ବିଭାଗର ଭୁଲ କରୋନା ପରୀକ୍ଷା ରିପୋର୍ଟ କାରଣରୁ ସେ ମହାପ୍ରଭୁଙ୍କ ସେବାରୁ ବଞ୍ଚିତ ହେଲେ । ତେଣୁ ପ୍ରଶାସନ ଯଥାଶୀଘ୍ର ଏହାର ତଦନ୍ତ କରି ଭୁଲ ରିପୋଟ ଦେଇଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀ ମହାନ୍ତି ଦାବି କରିଛନ୍ତି । ଯଦି ରଥଯାତ୍ରା ପୂର୍ବରୁ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ ତେବେ ସେ ଆଇନର ଆଶ୍ରୟ ନେବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।