ରିଜର୍ଭ ବ୍ୟାଙ୍କ ଦ୍ୱାରା ନିୟନ୍ତ୍ରିତ ସଂସ୍ଥାର ଅଭିଯୋଗ ନିରାକରଣ ସମ୍ପର୍କୀୟ ସଚେତନତା ଶିବିର ଅନୁଷ୍ଠିତ

17

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ) : -ଜଗତସିଂହପୁର ଆଦିକବି ଶାରଳା ଦାସ ସଂସ୍କୃତି ଭବନଠାରେ ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ ଓ ଅଗ୍ରଣୀ ବ୍ୟାଙ୍କ , ଜଗତସିଂହପୁର ମିଳିତ ଆନୁକୂଲ୍ୟରେ ରିଜର୍ଭ ବ୍ୟାଙ୍କ ଦ୍ୱାରା ନିୟନ୍ତ୍ରିତ ସଂସ୍ଥାର ଅଭିଯୋଗ ନିରାକରଣ ପଦ୍ଧତି ଓ ରିଜର୍ଭ ବ୍ୟାଙ୍କ ସମ୍ମନ୍ନିତ ଲୋକପାଳ ଯୋଜନା-୨୦୨୧ ସମ୍ପର୍କିତ ଏକ ଜନସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରୁଦ୍ର ନାରାୟଣ ଦାସ କହିଲେ ବର୍ତ୍ତମାନ ବ୍ୟାଙ୍କିଙ୍ଗ ସେକ୍ଟରରେ ବ୍ୟାପକ ଭାବେ ପରିବର୍ତ୍ତନ ଓ ବିବର୍ତ୍ତନ ଚାଲିଛି , ବର୍ତ୍ତମାନ ଡିଜିଟାଲ ବ୍ୟାଙ୍କିଙ୍ଗ ଯୁଗରେ ସାଇବର କ୍ରାଇମ ମାଧ୍ୟମରେ ବହୁମାତ୍ରାରେ ଲୋକମାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଲୁଟ ହେଉଛି । ସେଥିପାଇଁ ଲୋକମାନେ ସର୍ତକ ଓ ସଚେତନ ରହିବା ଆବଶ୍ୟକ । ଅନ୍ୟମାନଙ୍କ ମଧ୍ୟରେ ଏହି କର୍ମଶାଳାରେ ଅଗ୍ରଣୀ ବ୍ୟାଙ୍କ ମ୍ୟାନେଜର ଚିନାରା ବାପୁଜି ସୁବୁଦ୍ଧି , ସହକାରୀ ନାବାର୍ଡ ସାଧାରଣ ପରିଚାଳକ ବିଶ୍ୱଭୂଷଣ ମହାନ୍ତି,ୟୁନିଅନ ବ୍ୟାଙ୍କର ମୁଖ୍ୟ ପରିଚାଳକ ଏସ .ଏସ ଦେହୁରୀ,ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଜଗତସିଂହପୁର ଶାଖାର ମୁଖ୍ୟ ପରିଚାଳକ ସୁଶାନ୍ତ ସୁନୀଲ ଅଧିକାରୀ , ୟୁକୋ ବ୍ୟାଙ୍କ ଏଫ.ଏଲ.ସି. ନବଘନ ପୃଷ୍ଟି ,ୟୁନିଅନ ବ୍ୟାଙ୍କ ମ୍ୟାନେଜର ସ୍ୱାଧୀନ ସିହ୍ନା ପ୍ରମୁଖ ଯୋଗଦେଇ ଡିଜିଟାଲ ବ୍ୟାକିଙ୍ଗ ଫ୍ରଡ଼ କିପରି ହୁଏ ଓ ଏଥିରୁ କିପରି ସତର୍କ କିପରି ରହିବାକୁ ପଡିବ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋକପାତ କରିଥିଲେ । ଏହି କର୍ମଶାଳାରେ ବହୁ ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ଓ ଜନସାଧାରଣ ଉପସ୍ଥିତ ଥିଲେ । ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More