ବିରିଡି(ସଂଘର୍ଷ ମିଡିଆ) : – ଲଉଡ଼ି ଖେଳ ଗୋପାଳ କୁଳର ଏକ ପାରମ୍ପାରିକ ମହାନ ପରମ୍ପରା ,ମହାପୁରୁଷ ଅଚ୍ୟୁଦାନନ୍ଦ ରାଧାକୃଷ୍ଣଙ୍କ ଦର୍ଶନ ଓ ଭାବପ୍ରୀତିକୁ ଲଉଡ଼ି ବା ଗୋପାଳ ଓଗାଳ ମାଧ୍ୟମରେ ରଚନା କରିଛନ୍ତି, ଲଉଡି ଖେଳରେ ବହୁ ଆଧ୍ୟାତ୍ମିକ ,ସାମାଜିକ ଓ ସାଂସ୍କୃତିକ ଭାବନା ସ୍ବତପ୍ରତ ଭାବରେ ଜଡିତ ରହିଛି ବୋଲି ବହୁ ମହାମନୀଶ ମତବ୍ୟକ୍ତ କରିଛନ୍ତି। ମାନବ ଜାତିକୁ ଆଧ୍ୟାତ୍ମିକ ଚେତନା ପ୍ରଦାନ କରିବାରେ ଲଉଡି ଖେଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ,ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ଗୋପାଳପୁଅଙ୍କ ସହିତ ମିଶି ଲଉଡି ଖେଳିଥିଲେ ବୋଲି ବିଭିନ୍ନ ମହାପୁରୁଷମାନଙ୍କ ରଚନାବଳିରେ ପ୍ରମାଣ ରହିଛି, ଏହି ପରିପେକ୍ଷିରେ ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ରାୟ ରଘୁନାଥପୁର ଉକୁନ୍ଦରା ଠାରେ ନାରାୟଣ ପିଠା ସ୍ତଳୀରେ ଏକ ଲଉଡ଼ି ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଏହି ମହୋତ୍ସବ ରେ ମୁଖ୍ୟଅତିଥିଭାବେ ଶିକ୍ଷ୍ୟାବିତ ଗୋପାଳ ଚନ୍ଦ୍ର ମିଶ୍ର ଯୋଗଦେଇ ଏହି ଲଉଡ଼ି ମାହୋଛବ କୁ ଉଦ୍ଘାଟନ କରିଥିଲେ ,ଅନ୍ୟ ମାନଙ୍କ ମଧ୍ୟରେ ରାୟରଘୁନାଥପୁର ଯୁବକ ସଂଘ ସମ୍ପାଦକ ଆଇନୀଜୀବୀ ରଶ୍ମି କାନ୍ତ ବେହେରା କ୍ଳବ ର ସଦସ୍ୟ ବନମାଳୀ ବେହେରା ,ଜ଼ିଲ୍ଲାପରିଷଦ ଚନ୍ଦ୍ର ଶେଖର ଦାଶ, ସମାଜସେବୀ ତାପସ ଜେନା ପ୍ରମୁଖ ଯୋଗଦେଇ ଆସିଥିବା ଦଶଗୋଟି ଲଉଡ଼ି ଖେଳାଳି ଦଳକୁ ଉଚାହିଁତ କରିଥିଲେ। ଶେଷରେ ବିଜେତା ଦଳକୁ ଅତିଥି ମାନେ ପୁରସ୍କୃତ କରିଥିଲେ ,ଏହି ଲଉଡ଼ି ମହୋତ୍ସବ ପରମ୍ପରା ଦୀର୍ଘ ୧୭ ବର୍ଷ ଧରି ଅନୁଷ୍ଠିତ ହୋଇଆସୁଅଛି ,ଏହି ସମସ୍ତ କାର୍ଯ୍ୟ କ୍ରମକୁ ରାୟରଘୁନାଥପୁର ଯୁବକ ସଂଘ ର ସଦସ୍ୟ ଓ ଗ୍ରାମବାସୀ ମାନେ ପରିଚାଳନା କରିଥିଲେ । ବିରିଡିରୁ ରାଖଲ ମଲ୍ଲିକ୍ ଙ୍କ ରିପୋର୍ଟ