ରାହାମା ବଜାରକୁ ସ୍ୱଚ୍ଛ ରଖିବା ନିମନ୍ତେ ସ୍ୱଚ୍ଛ ଭାରତ ଅଭିଯାନ

12

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ) : -ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅଧୀନ ରାହାମା ବଜାରକୁ ସ୍ଵଛତା ବଜାୟ ରଖିବାକୁ ସ୍ଵଛ ଭାରତ ଅଭିଯାନ ଦ୍ୱାରା ସମ୍ପୂର୍ଣ୍ଣ ସଫେଇ କାର୍ଯ୍ୟକ୍ରମ କରାଯାଇଛି। ଓଡିଶା ମୋଟର ଚାଳକ ସଙ୍ଘର ଚାଳକ ଦିବସ ଉପଲକ୍ଷେ ଏବଂ ପବିତ୍ର ମୂଳାଷ୍ଟମୀ କନ୍ୟା ସଂକ୍ରାନ୍ତି ମା”ଦୁର୍ଗାଙ୍କ ମୃଣ୍ମୟ ମୂର୍ତ୍ତି ଗଠନ ପାଇଁ ଧରିତ୍ରୀ ମାତା ପୂଜନ ଓ ମାଟି ଅନୁକୁଳ ନିମନ୍ତେ ରାହାମା ଶାଖା ଓ ବଜାର କମିଟି ରାହାମା ଉଭୟ ସଂଗଠନର ମିଳିତ ଉଦ୍ୟମରେ ରାହାମା ବଜାର ରାସ୍ତାର ଉଭୟ ପାର୍ଶ୍ୱର ବିଭିନ୍ନ ସ୍ଥାନରେ ଜମିରହି ଥିବା ଅଳିଆ ଆବର୍ଜନା କୁ ସଫା ଓ ପରିଷ୍କାର କରିବାରେ ଆଜି ଓଡିଶା ମୋଟର ଚାଳକ ସଙ୍ଘର ରାହାମା ଶାଖା ସଭାପତି ଦେବାଶିଷ ଦାସ,ସମ୍ପାଦକ ରତିକାନ୍ତ ସାହୁ,ଉପସଭାପତି ସୁରେନ୍ଦ୍ର ନାଥ ସାହୁ,କୋଷାଧକ୍ଷ ରବୀନ୍ଦ୍ର କୁମାର ମହାନ୍ତିଙ୍କ ସହିତ ସମସ୍ତ ସଦସ୍ୟବୃନ୍ଦ ଓ ବଜାର କମିଟି ରାହାମାର ସଭାପତି ଜଟାଧାରୀ ଦାସ, ସମ୍ପାଦକ ସମାଜସେବୀ ଡକ୍ଟର ସୁନାକର ବେହେରା, କାର୍ଯ୍ୟକାରୀ ସଭାପତି ମନୋଜ କୁମାର ସାହୁ, କୋଷାଧ୍ୟକ୍ଷ ରବିନ୍ଦ୍ରନାଥ ପ୍ରଧାନ, ବରିଷ୍ଠ ଉପଦେଷ୍ଟା ବଇଁଶୀଧର କୁଣ୍ଡୁ, ଯୁଗ୍ମ ସଂପାଦକ ଚିନ୍ମୟ ଦାସ,ସହ ସମ୍ପାଦକ ତାପସ କୁମାର ମଲ୍ଲ, ପରିଚାଳନା ସଭ୍ୟ ଦୁର୍ଯ୍ୟୋଧନ ସ୍ୱାଇଁ ଇତ୍ୟାଦି ସହଯୋଗରେ ଏହି କାର୍ଯ୍ୟ ସମ୍ପାଦନ ହେବାସହିତ ବିଚିଂ ପାଉଡର ଛିଞ୍ଚନ ଲରାଯାଇ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ମୂର୍ତ୍ତି ନିକଟରେ ସମସ୍ତେ ଏକତ୍ର ମିଳିତ ହୋଇ ଏହିପରି ସାମାଜିକ ମଙ୍ଗଳ କାର୍ଯ୍ୟକ୍ରମ ଆଗକୁ ଆହୁରି କରାଯିବ ବୋଲି ସମାଜସେବୀ ଡକ୍ଟର ସୁନାକର ବେହେରା ପ୍ରକାଶ କରିଥିଲେ।ଜଗତସିଂହପୁର ରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More