ରାସ୍ତା ମରାମତି ପାଇଁ ଅଣ୍ଟା ଭିଡିଲେ କୁନିକୁନି ପିଲା

21

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ ) : … ରାସ୍ତା ସମତୁଲ କରିବା ପାଇଁ ଅଣ୍ଟା ଭିଡ଼ିଲେ କୁନି କୁନି ପିଲା । ରାସ୍ତା ସମତୁଲ କରିବା ଏମାନଙ୍କ ଚିନ୍ତା । ରାସ୍ତା କଡରେ ପଡ଼ିଥିବା ଗୋଡିକୁ ବୋହି ନେଇ ଖାଲରେ ପକାଇ ସମତୁଲ କରିବାର ପ୍ରୟାସ । କିଏ ଅଖାରେ ବୋହି ନେଇଯାଉଛନ୍ତି ତ ଆଉ କିଏ ସାଇକେଲରେ ନେଇ ରାସ୍ତାରେ ଥିବା ଖାଲରେ ଢାଳି ସମାନ କରୁଛନ୍ତି। ଏହି ଚିତ୍ର ବୟାନ କରୁଛି, ଛୋଟ ବେଳେ ଆମେ ବହିରେ ପଢ଼ିଥିବା ତୁମ ପରି ଛୋଟ ପିଲା ଟିଏ ଗାଁ ଚାହାଳୀର ଚାଟ ସିଏ ଏହି ଉକ୍ତିଟି ଆଜି ମନେ ପଡୁଛି । ଏ ଦୃଶ୍ୟ ହେଉଛି ଭଦ୍ରକ ବ୍ଲକ ଗେଲଟୁଆ ଆଦିବାସୀ କଲୋନୀ ଠାରୁ ବଗମରା ଗାଁକୁ ସଂଯୋଗ କରୁଥିବା ରାସ୍ତା । ବର୍ଷା ଦିନ ହେଲେ ଏହି ରାସ୍ତାର ଅବସ୍ଥା ପୁରା ଶୋଚନୀୟ ହୋଇପଡେ। ଅନେକାଂଶରେ ଏହି ରାସ୍ତା କାର୍ଯ୍ୟ ଚାଲିଥିବା ବେଳେ, ଆହୁରି କିଛି ରାସ୍ତା ଅତ୍ୟନ୍ତ କଦର୍ଯ୍ୟ ହୋଇ ପଡ଼ିରହିଛି। ଫଳରେ ଯିବାଆସିବାରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକମାନେ । ଶେଷରେ ନିର୍ବୋଧ, ନିଷ୍ପାପ କୁନି କୁନି ପିଲାମାନେ ଏକ ହୋଇ ଏଭଳି ରାସ୍ତା ସମତୁଲ କରିବା ପାଇଁ ଅଣ୍ଟା ଭିଡ଼ିଥିଲେ। ଏହି ଘଟଣା ସମସ୍ତଙ୍କୁ ଚକିତ କରିଥିବା ବେଳେ, ଅନ୍ୟ ମାନଙ୍କ ପାଇଁ ନିଶ୍ଚିନ୍ତ ଶିକ୍ଷଣୀୟ। ପିଲା ମାନଙ୍କର ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More