ରାସ୍ତା ପାଲଟିଛି ମରଣ ଯନ୍ତା

8

Get real time updates directly on you device, subscribe now.

ମାହାଙ୍ଗା(ସଂଘର୍ଷ ମିଡିଆ ) : – କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଓଷଙ୍ଗ ପଞ୍ଚାୟତର କୌଡକୋଲା ଗାଁ ରାସ୍ତାରେ ଦୀର୍ଘ ପନ୍ଦର ବର୍ଷ ହେଲାଣି ମାଟି ମୁଠେ ବି ପଡ଼ି ନାହିଁ। ପନ୍ଦର ବର୍ଷ ପୂର୍ବେ ହୋଇଥିଲା କଂକ୍ରିଟ ଢ଼ଳେଇ ରାସ୍ତା ଗାଁ ଭିତରକୁ। ଏବେ ରାସ୍ତାଟି ଜରାଜିର୍ଣ୍ଣ ଅବସ୍ଥାରେ। କୌଡକୋଲା ଗାଁ ଭିତରୁ ଗୋକାନ୍ ପଲିସାହି ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ଏହି ରାସ୍ତା ଉପରେ ନିର୍ଭର କରନ୍ତି ପ୍ରାୟ ଦୁଇ ଶହରୁ ଉର୍ଦ୍ଧ ପରିବାର। ଏହା ସହ ଆଦର୍ଶ ବିଦ୍ୟାଳୟକୁ ମଧ୍ୟ ଏହି ରାସ୍ତା ଦେଇ ଯାତାୟତ କରନ୍ତି ଛାତ୍ରଛାତ୍ରୀ ମାନେ। ଗାଁକୁ ଆମ୍ବୁଲାନ୍ସ ଟେ ହେଉ କି ଫାୟାର ଗାଡି ଆସିପାରୁନାହିଁ। ରାସ୍ତା ନିର୍ମାଣର ପନ୍ଦର ବର୍ଷ ବିତି ଯାଇଥିଲେ ମଧ୍ୟ ରାସ୍ତାର ମରାମତି ହୋଇପାରୁ ନାହିଁ। ସ୍ଥାନୀୟ ଜନ ପ୍ରତିନିଧି ହୁଅନ୍ତୁ କି ସ୍ଥାନୀୟ ପ୍ରଶାସନ ସବୁ ଦେଖି ନୀରବ ବସିଛନ୍ତି। ଭୋଟ ସମୟରେ ବିଭିନ୍ନ ଦଳର ନେତାମାନେ ଆସି ରାସ୍ତା ନିର୍ମାଣ କରିବାର ପ୍ରତିଶ୍ରୁତି ଦେଇ ଚାଲି ଯାଉଛନ୍ତି ହେଲେ ରାସ୍ତାର ଅବସ୍ଥା ଦିନକୁ ଦିନ ଶୋଚନୀୟ ହେଉଥିଲେ ମଧ୍ୟ ମାରମତିର ବ୍ୟବସ୍ଥା ହୋଇ ପାରୁ ନାହିଁ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More