ରାସ୍ତା ପାଲଟିଛି ମରଣଜନ୍ତା

12

Get real time updates directly on you device, subscribe now.

କେନ୍ଦ୍ରାପଡ଼ା ( ସଂଘର୍ଷ ମିଡିଆ ) : କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଠାରୁ ନଦନପୁରୁ ପଯ୍ୟନ୍ତ ବନ୍ୟା ନିୟନ୍ତ୍ରଣ ରାସ୍ତାଟି ଏବେ ଲୋକମାନଙ୍କ ପାଇଁ ବିପଦଗାମୀ ହୋଇପଡ଼ିଛି। ଏହି ରାସ୍ତାଟି ଏତେ କଦର୍ଯ୍ୟ ସୋଇପଡ଼ିଛି ଲୋକମାନେ ଯାତାୟତ କରିବାରେ ବହୁ ଅସୁବିଧା ସୃଷ୍ଟି ହୋଇଥିବାର ନଜିର ଆସିଛି । ଅନେକ ସମୟରେ ଆକ୍ସିଡେଣ୍ଟ ହୋଇ ଲୋକମାନେ କଷ୍ଟଭୋଗ କରୁଛନ୍ତି। ଏହି ରାସ୍ତା ଦେଇ ସ୍ଥାନୀୟ ପ୍ରଶାସନ ଓ ଅଫିସର ମାନେ ଜାଉଥିଲେ ମଧ୍ୟ ଦୃଷ୍ଟି ଦେଉନଥିବାର ସ୍ଥାନୀୟ ଲୋକମାନେ ଓ ରାସ୍ତାରେ ଯାଉଥିବା ଯାତ୍ରିମାନେ ମତ ଦେଇଥିଲେ। ଆହୁରି ମଧ୍ୟ କହିଥିଲେ ସରକାର ଏହି ବନ୍ୟାଘେରି ରାସ୍ତଟିକୁ ଅଣଦେଖା କଲେ ଆଗାମୀ ଦିନରେ ବନ୍ୟା ସମୟରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବେ ବୋଲି କହିଛନ୍ତି। ଏଣୁ ସରକାରଙ୍କୁ ଅନୁରୋଧ ଏହି ରାସ୍ତାଟିର ତଦନ୍ତ କରି ଯଥାଶିଘ୍ର ମରାମତି କରାଗଲେ ଏହି ରାସ୍ତା ଦେଇ ଦୈନିକ ହଜାର ହଜାର ଗାଡ଼ି ଓ ଲୋକମାନେ ଉପକୃତ ହେବେ ବୋଲି ସାଧାରଣ ଜନତା କହିଥିଲେ।ପଟ୍ଟାମୁଣ୍ଡାଇରୁ ସୂର୍ଯ୍ୟ ନାରାୟଣ ଦାଶଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More