ରାସ୍ତା ପାଇଁ ଚାଲିଗଲା ମହିଳାଙ୍କ ଜୀବନ

12

Get real time updates directly on you device, subscribe now.

ସାଲେପୁର(ସଂଘର୍ଷ ମିଡିଆ ) : -ରାସ୍ତା ଟିକକପାଇଁ ନାହିଁ ନଥିବାର ସମସ୍ୟା ଦେଖାଦେଇଛି କଟକ ଜିଲ୍ଲା ସାଲେପୁର ବ୍ଳକ ରାଇସୁଙ୍ଗୁଡା ପଂଚାୟତର କେରଙ୍ଗା ମିରିଙ୍ଗି ଠେଙ୍ଗ ରାସ୍ତାରେ। ରାସ୍ତାରେ ଦେଖାଦେଇଛି ଖାଲଖମା । ବର୍ଷା ଅସରାଏ ହୋଇଗଲେ ଖାଲି ପାଦରେ ଯିବା କଷ୍ଟକର ହୋଇପଡେ। ଗାଡିମଟର, ଆମୁଲାନ୍ସ ଓ ଅଗ୍ନିଶମଗାଡି ଯିବା ସମ୍ପୂର୍ଣ୍ଣଭାବେ ଅସମ୍ଭବ ହୋଇପଡେ। ରାସ୍ତା ସମସ୍ୟା ଯୋଗୁଁ ଜଣେ ରୋଗଗ୍ରସ୍ତ ସ୍ତ୍ରୀଲୋକକୁ ଖଟିଆରର ଭାରକରି ନେଉଥିବାବେଳେ ଠିକ ସମୟରେ ମେଡ଼ିକାଲରେ ନପହଁଚି ପାରିବାରୁ ତାର ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ କରିଛନ୍ତି ସମ୍ପର୍କୀୟ ଲୋକେ। କଟକ ଜିଲ୍ଲାସାଲେପୁର ବ୍ଲକ ପିକୋଳ ରାଇସୁଙ୍ଗୁଡ଼ା ଦୁଇଗୋଟି ପଂଚାୟତକୁ ସଂଯୋଗ କରିଥାଏ ଏହି ରାସ୍ତାଟି। ଏହି ରାସ୍ତାଦେଇ ଗ୍ରାମବାସୀଙ୍କ ଦୈନଦିନ କାଯ୍ୟ ହୋଇଥାଏ। ଏହି ରାସ୍ତାଟି କେରଙ୍ଗା ଠାରୁ ମିରିଙ୍ଗି ଠେଙ୍ଗ କୁ ଯାଇଥିବାବେଳେ ଗତ କିଛି ଦିନତଳେ କେରଙ୍ଗାଗାଁ ବିଷ୍ଣୁବିଶ୍ୱାଳଙ୍କ ସ୍ତ୍ରୀର ଦେହ ଗୁରୁତର ହେବାରୁ ରସ୍ତାର ସମସ୍ୟାଥିବାରୁ ଆମ୍ବୁଲାନ୍ସ ଗୋଟିଏ କିଲୋମିଟର ଦୂରରେ ରହିଥିବାବେଳେ ଗ୍ରାମବାସିଙ୍କ ସହୟୋତାରେ ଷ୍ଟେଚରରେ ରୋଗୀଙ୍କୁ ନେଲା ବେଳେ ରୋଗୀଜଣକ ତଳେପଡିଯାଇଥିଲେ । ପୁଣି ଷ୍ଟେଚରରେ ଉଠେଇ ସାଲେପୁର ଗୋଷ୍ଠୀସ୍ୟାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁଘୋଷଣା କରିଥିଲେ। ପ୍ରଶାସନ ଏହି ରାସ୍ତାପ୍ରତି ଧ୍ୟାନ ଦେଲେ ବିଷ୍ଣୁଙ୍କ ସ୍ତ୍ରୀ ପରି ଆଉ କାହା ଜୀବନ ନଯାଉ ବୋଲି ଅଭିଯୋଗ କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More