ରାସ୍ତା ନିର୍ମାଣ ନହେଲେ ଭୋଟ ବର୍ଜନ ଚେତାବନୀ ଦେଲେ ଦୁଇ ବ୍ଲକ ସୀମାନ୍ତ ଅଞ୍ଚଳବାସୀ

540

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଉପଲଡା ପଞ୍ଚାୟତ ଅନ୍ତର୍ଗତ ଚନ୍ଦନଖଳା ଗ୍ରାମକୁ ତିନି ଦଶନ୍ଧିରୁ ଉର୍ଦ୍ଧ ସମୟ ହେଲା ମାତ୍ର ୭୦୦ମିଟର ରାସ୍ତା ନିର୍ମାଣ ହୋଇପାରୁ ନଥିବାରୁ ଭୋଟବର୍ଜନ ଚେତାବନୀ ଦେଇଛନ୍ତି ଦୁଇ ବ୍ଲକର ସୀମାନ୍ତ ଅଞ୍ଚଳବାସୀ । ଆଜି ଏ ନେଇ ଉଭୟ ବ୍ଲକ ଯଥା ଗୋଷାଣି ଓ ଗୁମ୍ମାର ସୀମାନ୍ତ ଅଞ୍ଚଳର ପାଞ୍ଚ ଖଣ୍ଡ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଯଥା ଗ୍ରାମବାସୀମାନେ ଏକତ୍ରିତ ହୋଇ ଗଜପତି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ଥିବାର ଦେଖିବାକୁ ମିଳିଥିଲା । ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କୁ ଭେଟି ସମସ୍ୟାର ସମାଧାନ ଲାଗି ଆଲୋଚନା କରିବା ସହ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଜିଲ୍ଲାପାଳ ଶ୍ରୀ ପ୍ରଧାନ ଗ୍ରାମବାସୀଙ୍କୁ କହିଥିଲେ ଯେ, ଚନ୍ଦନଖଳା ଗ୍ରାମ୍ୟରାସ୍ତା ପରିଦର୍ଶନ କରି ତୁରନ୍ତ ସମସ୍ୟାର ସମାଧାନ ଲାଗି ପଦକ୍ଷେପ ନିଆଯିବ । ଅନ୍ୟପକ୍ଷରେ, ରାସ୍ତା ନ ହେଲେ ଚଳିତ ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନ ବର୍ଜନ କରିବାକୁ ବାଧ୍ୟ ହେବୁ ବୋଲି ଜଣାଇଛନ୍ତି । ଗ୍ରାମବାସୀଙ୍କ କହିବା ମୁତାବକ ଏହି ରାସ୍ତା ଗତ ୩୦ବର୍ଷ ପୂର୍ବେ ମାଟି ରାସ୍ତା ଭାବେ ନିର୍ମିତ ହୋଇଥିଲା । ଏହାପରେ ଆଉ ରାସ୍ତା ନିର୍ମାଣ ନିମନ୍ତେ କୌଣସି ପଦକ୍ଷେପ ନିଆଯାଇ ପାରିନଥିବାର କହିଛନ୍ତି । ହୋଇଥିଲା । ରାସ୍ତା ନିର୍ମାଣ ହୋଇପାରୁ ନଥିବା ଯୋଗୁଁ ଉଭୟ ବ୍ଲକର ପ୍ରାୟ ଦଶରୁ ଉର୍ଦ୍ଧ ଗ୍ରାମବାସୀଙ୍କ ଜାତାୟତରେ ନାନାଦି ସମସ୍ୟା ଦେଖାଦେଉଛି । ଜରୁରୀ କାଳୀନ ପରିସ୍ଥିତିରେ ଆମ୍ବୁଲାନ୍ସ କିମ୍ବା ଫାୟାର ଗାଡି, ବିଭିନ୍ନ ବିଦ୍ୟାଳୟ ତଥା କଲେଜକୁ ଯାଉଥିବା ଛାତ୍ରଛାତ୍ରୀ, ଚିକିତ୍ସା ନିମନ୍ତେ ପାରଳାଖେମୁଣ୍ଡି ସହର କିମ୍ବା ଉପଲଡା ଆଦି ହସ୍ପିଟାଲକୁ ଯିବାଆସିବାରେ ବହୁ ସମସ୍ୟା ସୃଷ୍ଟି ହେଉଥିବାର ଜଣାଇଛନ୍ତି । ଏହି ଗ୍ରାମ୍ୟ ରାସ୍ତାରେ ଗୋଷାଣି ବ୍ଲକର ଖେରଡା, ଚନ୍ଦନଖଳା ଆଦି ସହ ବିଭିନ୍ନ ଗ୍ରାମ ସମେତ ଗୁମ୍ମା ବ୍ଲକର ଖେତଡା, ଏଲୁଗୁଣ୍ଠା, ଆରିଲି, ଅଙ୍ଗରଡା, ବିତିସିଂ, ନାମନଗଡ, ଅଜୟଗଡ ପ୍ରଭୂତି ୧୦ଗ୍ରାମକୁ ସଂଯୋଗ କରୁଛି । ଗୁମ୍ମା ବ୍ଲକର ଉଲ୍ଲେଖିତ ଗ୍ରାମାଞ୍ଚଳର ଲୋକେ ଗୋଷାଣି ବ୍ଲକର ପାଟିକୋଟା, ଉପଲଡା, ବାଘଶଳା, ଗୋଷାଣି ଆଦି ଗ୍ରାମାଞ୍ଚଳକୁ ଯିବା ପାଇଁ ସ୍ୱଳ୍ପଦୂରତା ହେଉଥିବାରୁ ଏହି ରାସ୍ତା ଉପରେ ମୁଖ୍ୟତଃ ନିର୍ଭର କରିଥାନ୍ତି । ଉଭୟ ବ୍ଲକର ପ୍ରାୟ ୧୦ହଜାରରୁ ଉର୍ଦ୍ଧ ଜନସାଧାରଣ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More