ନବରଙ୍ଗପୁର(ସଂଘର୍ଷ ମିଡିଆ ) : – ଖରାପ ରାସ୍ତା ଲାଗି ଗାଁ ଠାରୁ ଅଧା କିଲୋମିଟର ଦୂର ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ l ବର୍ତ୍ତମାନ ମହୁଲ ଆମଦାନୀ ସମୟ ହୋଇଥିବା ବେଳେ ଶିଶୁ ବୃଦ୍ଧ ହେଉ କି ଗର୍ଭବତୀ ଏହି ଅଞ୍ଚଳରେ ସମସ୍ତେ ମହୁଲ ଗୋଟେଇବା ଲାଗି ସକାଳୁ ଚାଲିଯାଇଥାନ୍ତି ଏବଂ ଅକ୍ଲାନ୍ତ ପରିଶ୍ରମ କରିଥାନ୍ତି l ତେବେ ସୂଚନା ପ୍ରକାରେ ଝରୀଗାଁ ପଞ୍ଚାୟତ କଟନାପାଣି ଗ୍ରାମର ବୁଦୁରାମ ସାନ୍ତାଙ୍କ ସ୍ତ୍ରୀ ଜୟନ୍ତୀ ସାନ୍ତା କାଟନା ପାଣି ଠାରୁ କିଛି ଦୂର ନିଜ ଡଙ୍ଗରରେ ରୁହନ୍ତି l ସେ ପାଞ୍ଚମାସର ଗର୍ଭବତୀ ଥିବାନେଇ କୁହାଯାଇଛି, ତେବେ ଆଜି ମଧ୍ୟାହ୍ନ ସମୟରେ ତାଙ୍କ ପେଟରେ ଅସହ୍ୟ ଯନ୍ତ୍ରଣା ଅନୁଭବ ହୋଇଥିଲା ଫଳରେ ପରିବାର ଲୋକେ ଆଶା ଦୁର୍ମିଲା ଙ୍କୁ ଖବର ଦେବାପରେ ସେ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ l କିନ୍ତୁ ରାସ୍ତାର ଶୋଚନୀୟ ଅବସ୍ଥା କାରଣରୁ ପହଂଚି ପାରିଲାନଥିଲା ଆମ୍ବୁଲାନ୍ସ, ଏଠି କେବଳ ଗର୍ଭବତୀ ନୁହନ୍ତି ଏଠି କୌଣସି ଲୋକର ଦେହ ଜଦି ଖରାପ ହୁଏ ତେବେ ତାକୁ ଭୋଗିବାକୁ ପଡିଥାଏ ଏମିତି ଦଶା ଶେଷରେ ଆମ୍ବୁଲାନ୍ସ ଡ୍ରାଇଭର ମଧ୍ୟ ଗର୍ଭବତୀ ଙ୍କୁ ନିଜ କାନ୍ଧରେ କିଛି ବାଟ ବୋହି ଆଣୁଥିବାର ଦେଖିବାକୁ ମିଳିଥିଲା, ଅଧବାଟ ଷ୍ଟ୍ରେଚର ରେ ବୋହି ଆଣିବା ପରେ ଆମ୍ବୁଲାନ୍ସ ଯୋଗେ ଝରୀଗାଁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା l ଝରୀଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାର ପ୍ରାଥମିକ ଚିକତ୍ସା ପରେ ଉମରକୋଟ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠେଇ ଦିଆଯାଇଥିଲା ।ତେବେ ଗର୍ଭବତୀ ଜୟନ୍ତୀ ସାନ୍ତାଙ୍କୁ ପାଞ୍ଚ ମାସ ହୋଇଥିବା ବେଳେ ଅତ୍ୟଧିକ ପରିଶ୍ରମ କାରଣରୁ ଗର୍ଭରେ ଥିବା ଜାଅଁଳା ଛୁଆ ଦ୍ବୟ ନଷ୍ଟ ହୋଇ ଯାଇଥିଲା l ଶେଷରେ ବାଧ୍ୟହୋଇ ଗର୍ଭପାତ୍ କରାଯାଇଥିବା ନେଇ ସୂଚନା ମିଳିଛି l ବର୍ତ୍ତମାନ ଜୟନ୍ତୀ ସୁସ୍ଥ ଥିବା ଡାକ୍ତର ପ୍ରକାଶ କରିଛନ୍ତି । ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।