ରାସ୍ତା କଡ଼ରୁ ମାନସିକ ଅନଗ୍ରସର ଯୁବକଙ୍କ କ୍ଷତବିକ୍ଷତ ମୃତ ଦେହ

17

Get real time updates directly on you device, subscribe now.

ଉଦ୍ଧାର କଟକ( ସଂଘର୍ଷ ମିଡିଆ ) : ରାସ୍ତା କଡ଼ରୁ ମାନସିକ ଅନଗ୍ରସର ଯୁବକଙ୍କ କ୍ଷତବିକ୍ଷତ ମୃତ ଦେହ ଉଦ୍ଧାର। କଟକ ଜିଲ୍ଲା ମାହାଙ୍ଗା ଥାନା ଅଧୀନ ଭଦ୍ରେଶ୍ଵର ଫାଣ୍ଡିର ଗୋପାଳପୁର ହରଗୌରୀ ବଜାର ନିକଟ ଝଡ଼େଶ୍ୱରପୁର ଦଳିତ ସାହି ରାସ୍ତା କଡ଼ରୁ ଏହି ମୃତ ଦେହ ଉଦ୍ଧାର କରାଯାଇଥିଲା। ମୃତକ ଯୁବକ ସ୍ଥାନୀୟ କାଞ୍ଜିଆପଡା ଗାଁର ଶତ୍ରୁଘ୍ନ ମଲିକଙ୍କ ପୁତ୍ର ରଞ୍ଜନ ମଲ୍ଲିକ (୩୮) ବୋଲି ଜଣାପଡିଛି। ଗତକାଲି ସକାଳୁ ଘରୁ ଆସିବା ପରେ ସେ ଘରକୁ ଫେରିନଥିଲେ। ଆଜି ସକାଳୁ ଝଡ଼େଶ୍ୱର ପୁର ଦଳିତସାହି ରାସ୍ତା କଡରେ ତଳକୁ ମୁହଁ ମାଡି ପଡ଼ିଥିବା ଲୋକେ ଦେଖି ମଦ ଖାଇ କିଏ ପଡିଛି ବୋଲି ଅଣଦେଖା କରି ନିକଟସ୍ଥ ଫାଣ୍ଡିକୁ ଖବର ଦେଇଥିଲେ। କିନ୍ତୁ ଖବର ଦେବାର ଦୁଇ ତିନି ଘଣ୍ଟା ପର୍ଯ୍ୟନ୍ତ ପୋଲିସ ନ ଆସିବାରୁ ସ୍ଥାନୀୟ କିଛି ଲୋକ ତାଙ୍କୁ ଉଠାଇବାକୁ ଚେଷ୍ଟା କରିବାବେଳେ ମରିଯାଇଥିବା ଦେଖିବାକୁ ପାଇ ତାଙ୍କ ପରିବାରକୁ ଖବର ଦେଇଥିଲେ ପରିବାର ଲୋକ। ସେଠାରେ ପହଂଚି ମୃତଦେହକୁ ଏକ ଟ୍ରଲି ସାହାଯ୍ୟରେ ଘରକୁ ନେଇଯାଇଥିଲେ। ପରେ ପୋଲିସକୁ ଲୋକେ ଖବର ଦେବାରୁ ପୋଲିସ ମୃତକଙ୍କ ଘରକୁ ଏକ ମାମଲା ୠଜୁ କରିବାସହ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଫାଣ୍ଡି ଅଧିକାରୀ ତପନ ନାୟକ କହିଛନ୍ତି। ଅପରପକ୍ଷରେ କିଏ କାହିଁକି ଏଭଳି ଜଣେ ନିରୀହ ମାନସିକ ଅନଗ୍ରସର ଯୁବକକୁ ପିଟିପିଟି ମାରି ଏଠାରେ ଫୋପାଡ଼ି ଦେଲା ତାହା ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ଦାବୀ ହୋଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More