ରାସ୍ତା କାମ ନିମ୍ନମାନର ପାଇଁ ଯାତାୟାତରେ ଉପୁଜୁଛି ବାଧା

9

Get real time updates directly on you device, subscribe now.

କଟକ (ସଂଘର୍ଷ ମିଡିଆ): –କଟକ ଜିଲ୍ଲା କଣ୍ଟାପଡା ବ୍ଲକ ଅନ୍ତର୍ଗତ ଚୁଗୁଡ଼ିଆ ବ୍ରିଜ ଠାରୁ ଚଉପଡା ଭାୟା ନାହାଳପୁର,ନୂଆଗାଁ, ବାଲିପଡା, ଗୋବିନ୍ଦପୁର ଦେଇ ଚଉପଡା ପର୍ଯ୍ୟନ୍ତ ନୂତନ କରି ପ୍ରଧାନମନ୍ତ୍ରୀ ସଡକ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା।କିଛିଦିନ ପୂର୍ବରୁ ଆମ ସଙ୍ଘର୍ଷ ନିଉଜରେ ଖବର ପ୍ରସାରଣ କରିଥିଲୁ ରାସ୍ତା କାମ ନିମ୍ନ ମାନର ବୋଲି ସ୍ଥାନୀୟ ଜନସାଧାରଣ ମତ ପ୍ରକାଶ କରିଥିଲେ।ରାସ୍ତାର ପାର୍ଶ୍ଵ ଚଉଡା କରାଯାଇ ଢଳେଇ ପକାଯାଉଥିଲା।କିନ୍ତୁ ପନ୍ଦର ଦିନ ମଧ୍ୟରେ ରାସ୍ତା ଦବୀ ଥିବାର ନଜରକୁ ଆସିଥିଲା।ଏହି ରାସ୍ତା ଉପରେ ଦୈନିକ କଟକ ଭୁବନେଶ୍ୱର କୁ ହଜାର ହଜାର ଗାଡି ମୋଟର ଯାତାୟାତ କରିଥାଏ।ରାସ୍ତା କାମ ଦେଢ଼ ମାସ ହେବ ଅଧା ପାନ୍ତେରିଆ ହୋଇ ପଡ଼ିଥିବାରୁ ଦୈନିକ ରାସ୍ତାରେ ଛୋଟ ମୋଟ ଦୁର୍ଘଟଣା ଘଟି ଲୋକେ ଖଣ୍ଡିଆ ଖବରା ହେଉଛନ୍ତି।ଭୁବନେଶ୍ୱର ରୁ ଗୋବିନ୍ଦପୁର ସିମେଣ୍ଟ ବୋଝେଇ ଟ୍ରକ ରାସ୍ତା କଡ଼କୁ ଖସି ଯାଇଛି ଫଳରେ ରାସ୍ତାରେ ଅନ୍ୟ ଗାଡି ଯାତାୟାତ ରେ ଅସୁବିଧା ଉପୁଜୁଛି।ସ୍ତାନୀୟ ଲୋକଙ୍କ ଅନୁରୋଧ ପ୍ରଶାସନ ଯଥା ଶୀଘ୍ର ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ କଲେ ଲୋକେ ଉପକୃତ ହୋଇପାରିବେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More