କଟକ(ସଂଘର୍ଷ ମିଡିଆ ) : କଟକ ଜିଲ୍ଲା ପ୍ରତାପନଗରୀ ଠାରୁ ଇଛାପୁର ପର୍ଯ୍ୟନ୍ତ କାକଟପୁର କେନାଲ ଆର ଡି ରାସ୍ତା ତିନି ମାସ ତଳେ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା।କିନ୍ତୁ ରାସ୍ତାରେ ଫାଟ ସୃଷ୍ଟି ହୋଇଛି।ପିଚୁ ଉଠିଯାଉଛି। ସ୍ଥାନୀୟ ଲୋକଙ୍କ କହିବାକଥା ଅତି ନିମ୍ନମାନର କାର୍ଯ୍ୟ ପାଇଁ ପିଚୁ ଉଠିଯାଉଛି।ରାସ୍ତା କଡରେ ମୋହରମ ଗୋଡି ଦେବା କଥା କିନ୍ତୁ ଠାଏ ଠାଏ ଛିଞ୍ଚି ଦେଇ ଯାଇଛନ୍ତି। ଗୋବିନ୍ଦପୁର ସରପଞ୍ଚ ଶ୍ରୀଯୁକ୍ତ ଲଲାଟେନ୍ଦୁ ପ୍ରସାଦ ଦାସ ଓ ଗ୍ରାମବାସୀଙ୍କ କହିବା କଥା ପ୍ରଶାସନ ତଦନ୍ତ କରି ପୁନର୍ବାର ରାସ୍ତା ନିର୍ମାଣ କାର୍ଯ୍ୟ କରିବାର ବ୍ୟବସ୍ଥା କରନ୍ତୁ ଅନ୍ୟଥା ଅଗାମିଦିନରେ ଆନ୍ଦୋଳନକୁ ଓଲହାଇବେ। କଟକ ଜିଲ୍ଲା କଣ୍ଟାପଡାରୁ ସନ୍ତୋଷ ପ୍ରଧାନ ଓ କ୍ୟାମେରାମାନ ରାଜକିଶୋର ଦାସଙ୍କ ରିପୋର୍ଟ ।