ରାସ୍ତା କଡ଼ର ଗଛ କାଟୁଥିବା ସମୟରେ ଘଟିଲା ଅଘଟଣ ,ଗଛ ବାଇକ ଆରୋହି ଉପରେ ପଡି ଆରୋହି ମୃତ

12

Get real time updates directly on you device, subscribe now.

ବାଲିଗୁଡା(ସଂଘର୍ଷ ମିଡିଆ) : – Anchor :-ରାସ୍ତାରେ ଯାଉଥିବା ବେଳେ ଗଛ ପଡ଼ି ବ୍ୟକ୍ତିଙ୍କ ମୃତ୍ୟୁ ଅଭିଯୋଗ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପଦ୍ମାପଦର ଝୁଲାବ୍ରିଜ୍ ନିକଟସ୍ଥ ଡ୍ରାଇପାଙ୍ଗା ନିକଟରେ ଗଛ ପଡ଼ି ବ୍ୟକ୍ତିଙ୍କ ମୃତ୍ୟୁ ସୂଚନା। କ୍ଷତିପୂରଣ ଦାବିରେ ଅଞ୍ଚଳବାସୀଙ୍କ ରାସ୍ତାରୋକ। ୫୯ ନଂ ଜାତୀୟ ରାଜପଥ ବାଲିଗୁଡ଼ା ଗାନ୍ଧୀ ଛକରେ ଶବ ରଖି ରାସ୍ତା ଅବରୋଧ କଲେ ଉତ୍ୟକ୍ତ ଲୋକ । ସୂଚନା ପ୍ରକାରେ ବାରଖମା ଗ୍ରାମର ଆରମ୍ଭ ଦିଗାଲ ନାମକ ଜଣେ ବ୍ୟକ୍ତି କୌଣଶି କାମରେ ସାଉଟିକିଆ ଗ୍ରାମକୁ ଯାଉଥିବା ବେଳେ ପଦ୍ମାପଦର ଝୁଲାବ୍ରିଜ୍ ନିକଟସ୍ଥ ଡ୍ରାଇପାଙ୍ଗା ନିକଟରେ ରାସ୍ତାକଡ଼ରେ କୌଣଶି ବ୍ୟକ୍ତି ଗଛ କାଟୁଥିବା ବେଳେ ସେହି ରାସ୍ତା ଦେଇ ମୋଟରସାଇକେଲ ଯୋଗେ ଯାଉଥିବା ଆଦମଙ୍କ ଉପରେ ଗଛଟି ପଡ଼ିଯାଇଥିଲା । ଫଳରେ ଆଦମ ଗୁରୁତର ଆହତ ହୋଇ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି। ଘଟଣାର ସଠିକ୍ ତଦନ୍ତ କରିବା ସହ ମୃତ୍ୟୁବରଣ କରିଥିବା ଆଦମଙ୍କ ପରିବାରକୁ କ୍ଷତିପୂରଣ ଦେବା ଦାବିରେ ୫୯ ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି ଅଞ୍ଚଳବାସୀ ଓ ସମ୍ପର୍କୀୟ।କନ୍ଧମାଳ ଜିଲ୍ଲା, ବାଲିଗୁଡା ସବ ଡିଭିଜନ ରୁ ଉତ୍ତମ ନାଥ ଦିଗାଲ ଙ୍କ ରିପୋର୍ଟ.. ସଂଘର୍ଷ ନିୟୁଜ |

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More