ରାସ୍ତା ଓ ପାନୀୟ ଜଳ ସମସ୍ୟା ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

26

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲାର ରାୟଗଡ ବ୍ଳକର ଲାଇଲାଇ ପଞ୍ଚାୟତର ବିଷମପାଡି ଗ୍ରାମବାସୀ ଓ ଏସ କରଡାସିଂ ଗ୍ରାମ ପଞ୍ଚାୟତର A କରଣ ସାହି ଗ୍ରାମ ବାସିନ୍ଦା ରାସ୍ତା ଏବଂ ପାଣି ସମସ୍ୟାକୁ ନେଇ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଙ୍କୁ ଭେଟି ଅଭିଯୋଗ ଜଣାଇଛନ୍ତି। ପ୍ରକାଶ ଥାଉ କି ଏସ କରଡାସିଂ ପଞ୍ଚାୟତ ଅନ୍ତର୍ଗତ ଏ କରଣ ସାହି ଗ୍ରାମକୁ ପକ୍କା ରାସ୍ତା ନ ଥିବା ଯୋଗୁଁ ଯାତାୟତରେ ସମସ୍ୟା ସୃଷ୍ଟି ହେଉଛି।ଛାତ୍ର ଛାତ୍ରୀ ମାନେ ସ୍କୁଲ କଲେଜ ଯିବାଆସିବା, ରୋଗୀ ଓ ଗର୍ଭବତୀ ମାଆ ମାନେ ସୁବିଧାରେ ମେଡ଼ିକାଲକୁ ଯାଇପାରୁ ନାହାନ୍ତି।ଏହି ଗ୍ରାମକୁ ମାଟି ରାସ୍ତା ହୋଇ ଥିବା ବେଳେ ଅବାପୁର ଠାରୁ ବସାଆମ୍ବା ପର୍ଯ୍ୟନ୍ତ ଏକ ସଡକ ପଥ ନିର୍ମାଣ କରାଯିବା ପାଇଁ ଦାବୀ କରିଛନ୍ତି। ରାସ୍ତା ନିର୍ମାଣ ହେଲେ ଏହି ଅଞ୍ଚଳର 1500ରୁ ଉର୍ଦ୍ଧ୍ବ ଜନସାଧାରଣ ଉପକୃତ ହୋଇ ପାରିବେ ବୋଲି କୁହାଯାଇଛି। ସେହିପରି ପାନୀୟଜଳ ଓ ରାସ୍ତା ସମସ୍ୟା ନେଇ ଲାଇଲାଇ ପଞ୍ଚାୟତର ବିଷମପାଡି ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟରେ ପକ୍କାରାସ୍ତା ଓ ପାନୀୟ ଜଳ ନେଇ ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More