ରାସ୍ତା ଅବସ୍ଥା ଶୋଚନୀୟ , ରାସ୍ତାରେ ଗ୍ରାମବାସୀ ରୋଇଲେ ଧାନ ତଳି

39

Get real time updates directly on you device, subscribe now.

ମାହାଙ୍ଗା(ସଂଘର୍ଷ ମିଡିଆ ) : – ଦୀର୍ଘ ବର୍ଷ ଧରି ରାସ୍ତା ଅବସ୍ଥା ବେହାଲ ହୋଇବ ପଡ଼ିଛି l ତେବେ ଗ୍ରାମବାସୀ ଯେତେ ସରପଞ୍ଚ ଓ ବ୍ଲକ ପ୍ରଶାସନ କୁ ଗୁହାରି କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ l ଯାହାଫଳରେ ରାସ୍ତାରେ ଧାନ ତଳି ରୋଇ ପ୍ରତିବାଦ କରିଛନ୍ତି କି ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବା ସହ ରାଜରାସ୍ତାକୁ ଓହ୍ଲାଇବା କୁ ଚେତାବନୀ ଦେଇଛନ୍ତି l ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ଭଉଁରୀଆ ପଞ୍ଚାୟତ ପନ୍ଦରବାଟିଆ ସାଧୁ ମହାପୁରୁଷ ଗ୍ରାମରେ l ଏହି ଗାଁରେ ୫ଶହ ରୁ ଉର୍ଦ୍ଧଲୋକ ବସବାସ କରନ୍ତି ଏବଂ ୨ ସହ ଏକର ରୁ ଉର୍ଦ୍ଧ ଚାଷ ଜମିକୁ ଏହି ରାସ୍ତା ଦେଇ ଚାଷୀ ମାନେ ଯାତାୟାତ କରିଥାନ୍ତି l ହେଲେ ବର୍ଷାଦିନେ କାଦୁଅ ଏପରିକି କାଦୁଅ ରାସ୍ତାରେ ରାସ୍ତା ଗାଁର ପିଲାମାନେ ସ୍କୁଲଯିବାପାଇଁ ବି ଅସୁବିଧା ର ସମୁଖୀନ ହେଇଉଛନ୍ତି l ଏପରିକି ଜରୁରୀକାଳୀନ ସେବା ରୁ ବଞ୍ଚିତ ହେଉଛନ୍ତି ଏହି ଗ୍ରାମବାସୀ l ତେବେ ତୁରନ୍ତ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ରାସ୍ତା ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More