ପୁରୀ(ସଂଘର୍ଷ ମିଡିଆ) : – ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ମୁଖ୍ୟ ସଂଚାଳକ ମୋହନ ଭାଗବତ ପୁରୀ ଗସ୍ତରେ ଆସି ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଆଶୀର୍ବାଦ ନେଇଛନ୍ତି। ଏହି ଅବସରରେ ଦେଶ ର ସାମ୍ପ୍ରତିକ ପରିସ୍ଥିତି, ସନାତନ ଧର୍ମ ର କିଭଳି ଅଧିକ ପ୍ରଚାର ପ୍ରସାର ହୋଇ ପାରିବ ସେ ନେଇ ଆଲୋଚୀନା କରିଥିଲେ। ତେବେ ଜଗତଗୁରୁ ସଙ୍କରାଚାର୍ଯ୍ୟ କହିଥିଲେ ବହୁ ପୁରାତନ କାଳରୁ ସନାତନ ଧର୍ମ ରହିଚି। ସାରା ବିଶ୍ବରେ ସନାତନ ଧର୍ମ ସିଦ୍ଧାନ୍ତକୁ ଲୋକ ମାନେ ଅନୁସରଣ କଲେଣି। ତେବେ ସନାତନ ଧର୍ମକୁ ବିଶ୍ଵ ରେ ଅଧିକ ପ୍ରଚାର ପ୍ରସାର ପାଇଁ ଆମେ ଆଗେଇ ଆସିବା ଉଚିତ୍। ତେବେ ଶ୍ରୀ ମନ୍ଦିର ରତ୍ନ ଭଣ୍ଡାର ଖୋଲାଯିବା ନେଇ ଶ୍ରୀ ମନ୍ଦିର ପରିଚାଳନା କମିଟି ରେ ହେଇଥିବା ନିଷ୍ପତ୍ତି ବିଷୟ ରେ ସେ କୌଣସି ମତାମତ ଦେବାକୁ ମନା କରିଛନ୍ତି। ଶ୍ରୀ ମନ୍ଦିର ପ୍ରଶାସନ, ସେବାୟତ, ସରକାର ସମସ୍ତେ ଶଙ୍କରାଚାର୍ଯ୍ୟଙ୍କ ମତାମତ ନେବାରେ ଦୂରତା ରଖୁଛନ୍ତି। ଏଣୁ ଏହା ଉପରେ ମତାମତ ଦେବା ଉଚିତ୍ ହେବ ନାହିଁ ବୋଲି ଜଗତଗୁରୁ କହିଛନ୍ତି। ସେହିପରି ଶ୍ରୀ ମନ୍ଦିର ଚାରି ଦ୍ୱାର ଶାସ୍ତ୍ରୀୟ ବର୍ଣ୍ଣନା ଅନୁଯାୟୀ ସ୍ଵତନ୍ତ୍ରତା ରହିଚି। କିନ୍ତୁ ବର୍ତ୍ତମାନ ଶାସ୍ତ୍ରର ବିଧିକୁ ଆଉ କେହି ଗୁରୁତ୍ଵ ଦେଉନାହାନ୍ତି ।ତେବେ ଶ୍ରୀ ମନ୍ଦିର ସିଂହ ଦ୍ଵାର ଦେଇ କେବଳ ପ୍ରବେଶ ଅନୁମତି ଯୋଗୁ ପ୍ରବଳ ଭିଡ ହେଉଚି। ତେବେ ଭକ୍ତଙ୍କ ସୁବିଧା ପାଇଁ ପ୍ରଶାସନ ସବୁ ବର୍ଗ ର ଲୋକ ଙ୍କ ସହ ଆଲୋଚୋନା କରି ସଠିକ୍ ନିଷ୍ପତ୍ତି ନେବାକୁ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଲାନନ୍ଦ ସରସ୍ଵତୀ ନିଜ ର ମତ ରଖିଛନ୍ତି। ତେବେ ପୁରୀ ଶଙ୍କରାଚାର୍ଯ୍ୟଙ୍କ ଆଶୀର୍ବାଦ ନେବା ପରେ ମୋହନ ଭାଗବତ ଶ୍ରୀ ମନ୍ଦିର ଯାଇଥିଲେ। ସେଠାରେ ପହଁଚି ପ୍ରଥମେ ପ୍ରଭୁ ପତିତପାବନ ଙ୍କୁ ପ୍ରଣାମ କରିଥିଲେ। ପରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଶ୍ରୀ ମନ୍ଦିର ବେଢା ବୁଲିବା ସହ ବେଢା ଭିତରେ ଥିବା ବିଭିନ୍ନ ଦେବା ଦେବି ମନ୍ଦିର ବୁଲି ଦର୍ଶନ କରିଥଲେ। ପରେ ସେ ଶ୍ରୀ ମନ୍ଦିରରୁ ପ୍ରତ୍ୟାବର୍ତ୍ତନ କରିଥିଲେ।