ରାଷ୍ଟ୍ରୀୟ ବେରୋଜଗାର ଦିବସ ପାଳିତ

11

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) : ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ରେ ଜିଲା ଯୁବ କଂଗ୍ରେସ କମିଟି ନିର୍ଦ୍ଦେଶ କ୍ରମେ ଡାବୁଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ କମିଟି ତରଫରୁ ରାଷ୍ଟ୍ରୀୟ ବେରୋଜଗାର ଦିବସ ଶନିବାର ପାଳିତ ହୋଇଯାଇଛି | ଏଥିରେ ଡାବୁଗାଁ ବ୍ଲକ କଂଗ୍ରେସ କମିଟି ସଭାପତି ଜି. ସାଇ ରାଜୁ ଙ୍କ ନେତୃତ୍ଵରେ ଡାବୁଗାଁ ଭୈରବ ମନ୍ଦିର ଠାରୁ ଏକ ରାଲିରେ ବାହାରି ବ୍ଲକ ପର୍ଯ୍ୟନ୍ତ ଯାଇଥିଲା | ସେଠାରୁ ଫେରି ମୁଖ୍ୟ ରାସ୍ତାର ଚାରି ଛକ ରେ ଏକ ପଥପ୍ରାନ୍ତ ସଭା ରେ ସରକାରଙ୍କର ଶିକ୍ଷିତ ଯୁବତୀ ଯୁବକ ମାନଙ୍କୁ ନିଯୁକ୍ତି ନଦେବା, ବେକାରି ସମସ୍ୟା ବୃଦ୍ଧି ନେଇ ଅତିଥି ମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଶୋଦଗାର କରିଥିଲେ | ଏଥିରେ ମୁଖ୍ୟ ଅତିଥି ଭାବେ ପାପଡାହାଣ୍ଡି ବ୍ଲକ ଜୋନ-୨ ଜିଲା ପରିଷଦ ସଭ୍ୟା ଲିପିକା ମାଝି, ଡାବୁଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ କମିଟି ସଭାପତି ଟିକି ବିଶୋଇ, ଡାବୁଗାଁ ବ୍ଲକ ଯୁବ କଂଗ୍ରେସ ସଭାପତି ଶଶୀ ମାଝି, ଡାବୁଗାଁ ବ୍ଲକ କଂଗ୍ରେସ ର ଜିଲା ପରିଷଦ ଜୋନ-୧ ସଭାପତି ପ୍ରକାଶ ଚନ୍ଦ୍ର ପଣ୍ଡା ଓ ଜୋନ-୨ ସଭାପତି ବଂଶୀଧର ମାଝି, ଡାବୁଗାଁ ସରପଞ୍ଚ ବିନୋଦ ସୌରା, ବୋରିଗାଁ ସରପଞ୍ଚ ସୁକୃ ଭତ୍ରା, ନନ୍ଦପୁରା ସରପଞ୍ଚ ହୀରାସିଂ ମାଝି, ଧବଳ ନାୟକ ଓ କର୍ମୀ ମାନେ ଯୋଗ ଦେଇଥିଲେ | ଶେଷରେ ଡାବୁଗାଁ ବଜାରରେ ସଞ୍ଜୟ ବିଶୋଇ ନାମକ ଯୁବକ ଡିଗ୍ରୀ ଇଞ୍ଜିନିୟର ପାଠ ଶେଷ କରି ଚାକିରି ନପାଇ ଛୋଟ ଜଳଖିଆ ଦୋକାନ କରି ଚଳୁଥିବା ର ଦୃଶ୍ୟ କଂଗ୍ରେସ ନେତା ମାନେ ଜଣସାଧାରଣଙ୍କୁ ଦେଖାଇଥିଲେ | ନବରଙ୍ଗପୁର୍ ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ସହ ଡାବୁଗାଁରୁ ଜି ବିନୋଦ କୁମାରଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More