ରାଷ୍ଟ୍ରୀୟ ଏକତା ଦିବସ ପାଳିତ

20

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) :- ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟର ବୌଦ୍ଧ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି । ହରଭଙ୍ଗା ବ୍ଲକ ଅନ୍ତର୍ଗତ ବନ୍ଧାପଥର ଭାରତୀ ଯୁବକ ସଙ୍ଘ ଓ ବନ୍ଧାପଥର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ କ୍ଲବ ସଭାପତି ଦିନେଶ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଏକ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି । ଏହିପରି ଆଧାରରେ ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦର ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସତ୍ୟନାରାୟଣ ଦେହୁରୀ ଓ କ୍ରୀଡ଼ା ଶିକ୍ଷୟତ୍ରି ମମତା ଦାସଙ୍କ ତତ୍ତ୍ୱାବଧାନରେ ପାଳନ କରାଯାଇଛି । ସେହିପରି ରମାଦେବୀ ମହିଳା ମଣ୍ଡଳ,କାଲାମ ଯୁବକ ସଙ୍ଘ ଓ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ଏବଂ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଲୋକକଳା ବିକାଶ କେନ୍ଦ୍ରର ମିଳିତ ସହଭାଗିତାରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଯୋଗ ଦେଇଥିବା ସମସ୍ତ ପ୍ରଧାନ ଶିକ୍ଷକ ଦିବସ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଏବଂ ଆବଶ୍ୟକତା ସମ୍ପର୍କରେ ଅବଗତ କରାଇଥିବା ବେଳେ ନେହେରୁ ଯୁବ କେନ୍ଦ୍ରର କର୍ମକର୍ତ୍ତା ପ୍ରବୀଣା କର୍ଣ୍ଣ ଶପଥ ପାଠ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ମନୋଜ ଭୋକ୍ତା ଓ ସୁପ୍ରିୟା ଦେହୁରୀ ସହଯୋଗ କରିଥିଲେ ।ରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More