ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ଏବିଭିପି ତରଫରୁ ମା’ ଭଗବତୀ ଙ୍କ ନିକଟରେ ଡୀପ ଦାନ

32

Get real time updates directly on you device, subscribe now.

ଚିଲିକା ( ସଂଘର୍ଷ ମିଡିଆ ) : ଆଜି ସାରା ଦେଶ ପାଳୁଛି ରାଷ୍ଟ୍ରୀୟ ଏକତା ଦିବସ ଅବା ଲୌହମାନଵ ସର୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ଜନ୍ମ ଦିବସ l ପ୍ରତି ବର୍ଷ ଅକ୍ଟୋବର ୩୧ ଦିନ ଦେଶର କୋଣ ଅନୁକୋଣ ରେ ରାଷ୍ଟ୍ରୀୟ ଏକତା ଦିବସ ଧୂମଧାମ ରେ ପାଳନ ହୋଇଥାଏ ହେଲେ ଚଳିତ ବର୍ଷ କରୋନା ଲାଗି ଫିକା ପଡିଯାଇଛି ଏହି ଉଛବ l ଆଜି ସମଗ୍ର ଦେଶରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ମଧ୍ୟ କୋଭିଡ କଟକଣା ଅନୁଯାୟୀ ପାଳୁଛି ଏହି ଦିବସ l ଏହି ପରିପ୍ରେକ୍ଷୀରେ କରୋନା କଟକଣା କୁ ଦୃଷ୍ଟିରେ ରଖି ଏବଂ ରାଜ୍ୟ ସରକାର ଙ୍କ ଗାଇଡ଼ଲାଇନ କୁ ସମ୍ମାନ ଜଣାଇ ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ବାଣପୁର ଶାଖା ତରଫରୁ ସ୍ୱଳ୍ପ କାର୍ଯ୍ୟକର୍ତା ଙ୍କ ଉପସ୍ଥିତିରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଅଛି l କାର୍ଯ୍ୟକର୍ତା ମାନେ ମା’ ଭଗବତୀ ଙ୍କ ନିକଟରେ ସାରା ବିଶ୍ୱରୁ କରୋନା ଦୂର ହେଉ ଏବଂ ସମଗ୍ର ଭାରତୀୟ ଏକତାର ସୂତ୍ରରେ ବାନ୍ଧି ହୋଇ ରହିବା ଉଦେଶ୍ୟରେ ସଂକଳ୍ପ ନେଇଥିଲେ ଏବଂ ସାମୁହିକ ଭାବେ ଦ୍ବିପଦାନ କରିଥିଲେ l ପ୍ରତିବର୍ଷ ଅକ୍ଟୋବର ୩୧ ରେ ଏବିଭିପି ବାଣପୁର ପକ୍ଷରୁ ଗଣଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ ହେଲେ ଚଳିତ ବର୍ଷ କରୋନା ମହାମାରୀ ଲାଗି କୌଣସି କାର୍ଯ୍ୟକ୍ରମ ନକରି କେବଳ ମା ଭଗବତୀ ଙ୍କ ନିକଟରେ କରୋନା ସମଗ୍ର ବିଶ୍ୱରୁ ଲୋପପାଇବା ଉଦେଶ୍ୟରେ ପ୍ରାର୍ଥନା କରାଗଲା ବୋଲି ବାଣପୁର-ବାଲୁଗାଁ ନଗର ସହ ସମ୍ପାଦକ ବିବେକାନନ୍ଦ ଗଡ଼ନାୟକ ସୂଚନା ଦେଇଥିଲେ l ଅନୁରୂପ ଭାବେ ଉକ୍ତ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି କାର୍ଯ୍ୟକର୍ତା ମାନଙ୍କୁ ଉତ୍ସହିତ କରିଥିଲେ ମା ଭଗବତୀ ଙ୍କ ଅଙ୍ଗଲାଗି ସେବକ ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ନାୟକ l ସର୍ଦାର ପଟେଲ ଙ୍କ ପରି ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆୱାହନ କ୍ରମେ ସାରା ଭାରତୀୟ ବର୍ତ୍ତମାନ ଏକ ହୋଇ କରୋନା ମହାମାରୀ ବିରୁଦ୍ଧରେ ଯୁଦ୍ଧ ଲଢ଼ୁଛନ୍ତି ଏବଂ ନିଶ୍ଚିତ ଭାବେ ଏହି ଯୁଦ୍ଧରେ ବିଜୟୀ ହେବେବୋଲି ଶ୍ରୀ ନାୟକ ଉଦବୋଧନ ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ କୀର୍ତିରାଜ ହରିଚନ୍ଦନ, ଆଶାତୀତ ସାହୁ, ସିଦ୍ଧାର୍ଥ ବାରିକ, ସୋମନାଥ ପଣ୍ଡା, ସମ୍ବିତ ସାମନ୍ତରାୟ ଆଦି କାର୍ଯ୍ୟକର୍ତାମାନେ ଯୋଗଦେଇଥିଲେ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More