ରାଷ୍ଟ୍ରପତି ପାର୍ଥିନି ଦୌପଦୀ ମୁର୍ମୁଙ୍କ ବିଜୟ ପାଇଁ କଟକ ସଦର ବିଜେପିର ଦୀପଦାନ

26

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : -ଦେଶର ଶୀର୍ଷ ସାମ୍ବିଧାନିକ ପଦ ରାଷ୍ଟ୍ରପତି ପାର୍ଥିନି ଭାବେ ବିଜେପି ନେତୃତ୍ୱ ଏନଡିଏ ତରଫରୁ ଓଡିଶା ମାଟିର ଗର୍ବ ଗୌରବ ତଥା ଓଡ଼ିଆ ଓ ଆଦିବାସୀ ମହିଳା ଦୌପଦୀ ମୁର୍ମୁଙ୍କୁ ମନୋନୀତ କରାଯାଇଛି।ଆଜି ହେବାକୁ ଥିବା ନିର୍ବାଚନରେ ଶ୍ରୀମତୀ ମୁର୍ମୁଙ୍କ ବିପୁଳ ବିଜୟ ପାଇଁ ବିଜେପି ତରଫରୁ ରାଜ୍ୟର ବିଭିନ୍ନ ମନ୍ଦିର ଓ ଦେବାଳୟରେ ପାର୍ଥନା ଓ ଦୀପଦାନ କରାଯାଉଛି।ଏହି ପରିପ୍ରେକ୍ଷୀରେ କଟକସଦର ନେତା ଦିଲ୍ଲୀପି ମଲ୍ଲିକ ଙ୍କ ତତ୍ୱାଧନ ରେ କଟକସଦର ବ୍ଲକ ଅନ୍ତର୍ଗତ ନିମେଇଁସାପୁର ପଞ୍ଚାୟତ ର ବିରିବାଟି ରେ ଅବସ୍ଥିତ ତାରିଣୀ ମାଁ ଙ୍କ ମନ୍ଧିର ରେ ସଦର ବିଜେପି ପକ୍ଷରୁ ଦୀପଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ହୃଷିକେଶ ଜେନା, ରାଜ୍ୟ ମହିଳାମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତିଭା ଶତପଥୀ ଏବଂ ସଦର ସମସ୍ତ ମଣ୍ଡଳ ସଭାପତି ଏବଂ କଟକଜିଲ୍ଲା ଅନୁଷିତ ଜନ ଜାତିର ସଭାପତି ସରୋଜ କୁମାର ସେଠୀ ସଦର ବିଜେପିର ତୁଙ୍ଗ ନେତା ମାନେ ଶ୍ରୀମତୀ ମୁର୍ମୁଙ୍କ ବୃହତ୍ତର ବିଜୟ ଲାଭ କରିବା ପାଇଁ ଦୀପଦାନ କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More