ରାଷ୍ଟ୍ରପତିଙ୍କ ହାତଗଢା (ଏସଏଲଏସ୍ )ବିଦ୍ୟାଳୟ ପାହାଡପୁର ଗାଁରେ ଓଡ଼ିଶାରେ ପ୍ରଥମ ଐତିହାସିକ ୫ଜି ସେବା ଆରମ୍ଭ

10

Get real time updates directly on you device, subscribe now.

ରାଇରଙ୍ଗପୁର (ସଂଘର୍ଷ ମିଡିଆ ) : ସାରା ଭାରତ ପାଇଁ ଆଜି ଏକ ଐତିହାସିକ ଦିନ।ସାରା ବିଶ୍ବରେ ଭାରତ ଟେଲିକମ ଜଗତରେ ଆଉ ଏକ ପାଦ ଆଗେଇଛି । ଆଜିର ଦିନରେ ନୂଆଦିଲ୍ଲୀର ପ୍ରଗତି ମୈଦାନରେ ଇଣ୍ଡିଆ ମୋବାଇଲ କଂଗ୍ରେସ ପରିସରରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ୫ଜି ସେବାର ଉଦଘାଟନ କରିଥିଲେ । ନୂଆଦିଲ୍ଲୀ, ମୁମ୍ବାଇ,କୋଲକାତା,ଚେନାଇ ଏବଂ ଓଡ଼ିଶାର ମହାମ‌ହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଶଶୁର ଘର ଗାଁ ଦୁର୍ଗମ ଅଂଚଳ ପାହାଡପୁରର ନିଜ ହାତଗଢା ଏମଏଲଏଏସ ଉଚ୍ଚ ବିଦ୍ୟାଳୟରେ ୫ ଜି ସେବାର ଶୁଭ ଉଦ୍ଘାଟନ କରିଛନ୍ତି । ଏହି ସ୍ମରଣୀୟ କାର୍ଯ୍ୟରେ ବିଦ୍ଯାଳୟର ଛାତ୍ର ଛାତ୍ରୀ ୫ଜି ଜିରୋ ନେଟ ଓ୍ବାର୍କ ସେବାରେ ଯୋଡ଼ି ହୋଇ ଅତି ଆନନ୍ଦିତ ହୋଇଥିଲେ ।୨୦୨୫ ବେଳକୁ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ସମସ୍ତେ ୫ ଜି ସେବା ପାଇପାରିବେ ।ଏହା ଶିକ୍ଷା, ବାଣିଜ୍ୟ,ଟେଲିକମ, ପ୍ରତିରକ୍ଷା, ବିଜ୍ଞାନ, ବୈଷୟିକ, ବିଭିନ୍ନ କ୍ଷେତ୍ରରେ ଉପଲବ୍ଧ ହେବା ସହ ଦେଶର ପ୍ରଗତି ପଥରେ ସାହାଯ୍ୟ କରିବ ।ଏହା ହାଇସ୍ପିଡ ଇଣ୍ଟରନେଟ ୪ଜି ସେବାଠା୍ରୁ ୫ଜି ସେବା ବହୁ ହାଇସ୍ପିଡ ଅଟେ ।ବିଶେଷତଃ ଛାତ୍ର ଛାତ୍ରୀମାନେ ବେଶି ଲାଭ ପାଇଁ ପାରିବେ ବୋଲି ଅତିଥି ଗଣ କହିଥିଲେ ।ଭାରତ ସରକାରଙ୍କ ଟେଲିକମ ବିଭାଗର ଡିଡିଜି ବିଜୟ କୁମାର ନାୟକ,ରିଲାଏନ୍ସ ଜିରୋ ଓଡ଼ିଶା ମୁଖ୍ୟ ପ୍ରଦୀପ ରାଉତ, ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଜନ୍ମେଜୟ ଗିରି,ପରିଚାଳନା କମିଟି ସଭାପତି ମୁନା ପ୍ରତିହାରୀ ପ୍ରମୁଖ ଯୋଗ ଦେଇ ପରିଚାଳନାରେ ସହଯୋଗ କରିଥିଲେ । ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More