ରାମ ମନ୍ଦିର ନିର୍ମାଣ ଅବସରରେ ନେତାଜୀ କ୍ଳବ ତରଫରୁ କଳସ ସ୍ଥାପନ ଓ ଦୀପ ପ୍ରଜୋଳନ

9

Get real time updates directly on you device, subscribe now.

କେନ୍ଦ୍ରାପଡା ( ସଂଘର୍ଷ ମିଡିଆ ) : ଆଜି ପବିତ୍ର ରାମଜନ୍ମ ଭୂମି ପୂଜା ଅନୁଷ୍ଠିତ ହେଉଅଛି।ଭଗବାନ ଶ୍ରୀରାମଙ୍କ ଜନ୍ମ ଭୂମିରେ ରାମ ମନ୍ଦିର ନିର୍ମାଣର ସ୍ୱପ୍ନ ପୁରଣ ହେବାକୁ ଯାଉଛି । ଏହି ଅବସରରେ ଅଯୋଧ୍ୟା ନଗରୀରେ ଭକ୍ତିମୟ ପରିବେଶ ସୃଷ୍ଟି ହେଉଥଲା ବେଳେ ଆଜି କେନ୍ଦ୍ରାପଡ଼ା ମୁନସିପାଲଟି ର ୪ନମ୍ବର ୱାର୍ଡରେ ଥିବା ନେତାଜୀ କ୍ଳବ ତରଫରୁ କଳସ ସ୍ଥାପନ ଓ ଦୀପ ଜାଳି କ୍ଳବ ସଦସ୍ୟ ମାନେ ଏବଂ ବଜ଼ରଙ୍ଗ ଦଳ ର କର୍ମକର୍ତାମାନେ ପ୍ରଭୁ ଶ୍ରୀ ରାମଙ୍କର ମନ୍ଦିର ନିର୍ମାଣ କାର୍ଯ୍ୟ କିପିରି ଦ୍ରୁତ ଗତିରେ ଆଗେଇବ କାମନା କରିବା ସହିତ ପ୍ରଭୁ ଶ୍ରୀରାମ ବିଶ୍ୱବାସିଙ୍କର ମଙ୍ଗଳ କାମନା କରିବା ସହ କରନା ମହାମାରୀରୁ ରକ୍ଷା କରନ୍ତୁ ଏହି ବାର୍ତ୍ତା ଦେବା ସହ ଦୀପଦାନ କରିଥିଲେ । ପରେ ଜୟ ଶ୍ରୀ ରାମ ଧ୍ବନି ରେ ପରିସର ପ୍ରକମ୍ପିତ ହୋଇଥିଲା । ଏଥିରେ କ୍ଲବର ସମସ୍ତ ସଦସ୍ୟ ଓ ବଜ୍ରଙ୍ଗ ଦଳର କର୍ମକର୍ତ୍ତା ମାନେ ମଧ୍ୟ ଯୋଗ ଦେଇଥିଲେ। କେନ୍ଦ୍ରାପଡ଼ାରୁ ଭିକାରି ରାଉତଙ୍କ ସହ ପ୍ରଦୀପ ସାହୁ ଙ୍କ ରୀପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More