ନବରଙ୍ଗପୁର(ସଂଘର୍ଷ ମିଡିଆ): – ବିଶ୍ୱର ସର୍ବବୃହତ୍ ଫିଲ୍ମ ସିଟିରେ ରାମୋଜୀ ରେ କୋରାପୁଟର ଜଙ୍ଗଲି ବୃକ୍ଷ ଲଗାଇଲେ ପ୍ରକୃତିପ୍ରେମୀ ତଥା କୋରାପୁଟର ଟ୍ରି ମ୍ୟାନ୍ ଭାବେ ପରିଚିତ ରବୀନ୍ଦ୍ର କୁମାର ରଣା lଗତ ଶୁକ୍ରବାର ଦିନ ହାଇଦ୍ରାବାଦ ସ୍ଥିତ ରାମୋଜୀ ଫିଲ୍ମ ସିଟିରେ ପହଞ୍ଚି ନିଜ ଚାରି ଚକିଆ ଗାଡିରେ ସାଥିରେ ନେଇଥିବା ୨୦୦ ରୁ ଉର୍ଦ୍ଧ୍ବ ଚାରା ଅଁଳା, ଅର୍ଜୁନ, ବାହାଡ଼ା, ଜାମୁକୋଳି, କରଞ୍ଜ, କୁମ୍ଭି, ନିମ୍ବ,ପାହାଡ଼ି, ଶିଶୁ, ପଣସ, ରକ୍ତ ଚନ୍ଦନ ଓ ତେନ୍ତୁଳି ପ୍ରଭୃତି ର ଚାରା ରୋପଣ କରିଛନ୍ତି l ଉକ୍ତ ଚାରା ରୋପଣ କାର୍ଯ୍ୟକ୍ରମରେ ରାମୋଜୀ ଫିଲ୍ମ ସିଟି ଉଦ୍ୟାନ କୃଷି ବିଭାଗର ଉପ ସଭାପତି ଡାଃ ରବି ଚନ୍ଦ୍ର ଶେଖର ସାମିଲ ହୋଇଥିଲେ l କୋରାପୁଟର ଜଙ୍ଗଲୀ ଚାରା ରୋପଣ କରି ଜୈବ ବିବିଧତା ସଂରକ୍ଷଣର ବାର୍ତ୍ତା ପହଞ୍ଚିବା ପ୍ରକୃତି ପ୍ରେମୀ ରବିନ୍ଦ୍ର ରଣାଙ୍କ ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ lଫିଲ୍ମ ସିଟିରେ ଚାରା ରୋପଣ କରିବାର ସୁଯୋଗ ପାଇ ଖୁବ୍ ଖୁସି ଅନୁଭବ କରିଥିବା ରବିନ୍ଦ୍ର ଆନନ୍ଦ ମନରେ ପ୍ରକାଶ କରିଛନ୍ତି lଏଠାରେ ଚାରା ରୋପଣ କରିଥିବାରୁ ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓ ଙ୍କୁ ଅଶେଷ କୃତଜ୍ଞତା ଜଣାଇଛନ୍ତି ଓ ସେ ନିଜେ ଖୁବ୍ ଖୁସି ହୋଇଛନ୍ତି l ତେବେ ରାମୋଜୀ ଫିଲ୍ମ ସିଟିରେ ଚାରା ରୋପଣ ସହିତ ଟଲିଉଡ ସୁପର ଷ୍ଟାର ଅଲ୍ଲୁ ଅର୍ଜୁନ ଙ୍କୁ ଭେଟି କାଠରେ ନିର୍ମିତ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଏକ ଦାରୁବ୍ରହ୍ମ ପ୍ରତିମୂର୍ତ୍ତି ଉପହାର ଦେବାକୁ ମଧ୍ୟ ସେ ଇଚ୍ଛା ରଖିଛନ୍ତି l ସୂଚନା ଥାଉକି, ରବିନ୍ଦ୍ର ରଣା ରାମୋଜୀ ଫିଲ୍ମ ସିଟିରେ ଚାରା ରୋପଣ କରିବାକୁ ମନ ବଳାଇଥିବା ଯୋଗୁଁ ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ପତ୍ର ପ୍ରେରଣ କରି ଥିବା ବେଳେ ତାଙ୍କୁ ଅନୁମତି ମିଳିବା ପରେ ଗତ ୧୩ ତାରିଖ ଦିନ ସେ ଶାବର ଶ୍ରୀକ୍ଷେତ୍ର କୋରାପୁଟରୁ ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରିଥିଲେ l ମାଲକାନଗିରି ଓ ମୋଟୁ ମଝିରେ ଏକ ପୋଲ ଉପରେ ବର୍ଷା ପାଣି ଚାଲୁଥିବାରୁ ଯାତ୍ରା ବାଧାପ୍ରାପ୍ତ ହୋଇଥିଲା l ଏହି କାରଣରୁ ବାଟରେ ଅଟକିବାକୁ ପଡ଼ିଥିଲା l ତେବେ ଶୁକ୍ରବାର ଦିନ ପହଞ୍ଚି ସେଠାର ଉଦ୍ୟାନ କୃଷି ବିଭାଗର ଉପ ସଭାପତି ଡଃ ରବିଚନ୍ଦ୍ର ଶେଖର ଙ୍କ ସହ ଚାରା ରୋପଣ କରି ଚାରାର ଦାୟିତ୍ଵ ନେବାକୁ ଅନୁରୋଧ କରିଥିଲେ l ପ୍ରକାଶ ଥାଉକି ଏହା ପୂର୍ବରୁ ରବିନ୍ଦ୍ର ଶୈବପୀଠ ଗୁପ୍ତେଶ୍ଵର, ଭୁବନେଶ୍ବର ର ଲିଙ୍ଗରାଜ ମନ୍ଦିର ଓ ଶାବର ଶ୍ରୀକ୍ଷେତ୍ର ରୁ ଶ୍ରୀ କ୍ଷେତ୍ରରେ ଚାରା ରୋପଣ କରିଛନ୍ତି l ପରିବେଶ ସୁରକ୍ଷା ପାଇଁ ନିଜେ ତିଆରି କରି ଫିନାଇଲ ଅବିଭକ୍ତ କୋରାପୁଟ ଓ ଓଡିଶା ଭିତରେ ବିକ୍ରି କରିବା ସହ ଚାରା ମାଗଣାରେ ଯୋଗାଇ ଚାରାରୋପଣ କରାଇ ଯତ୍ନ ନେବାକୁ ଅନୁରୋଧ କରି ଥାଆନ୍ତି l ସେ ତାଙ୍କ ପରିଚୟ ସେ ନିଜେ ସ୍ରୁଷ୍ଟି କରି ପାରି ସମସ୍ତଙ୍କର ପ୍ରିୟଭାଜନ ହୋଇ ପାରିଛନ୍ତି l ସେ ଚାରା ଗଛ ଲଗାଇ ଲଗାଇ ନିଜେ ଗଛ ମଣିଷ (ଟ୍ରି ମ୍ୟାନ୍ )ହୋଇ ଉଠିଛନ୍ତି l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l
Get real time updates directly on you device, subscribe now.