ରାଧାବଲ୍ଲଭ ମଠରୁ ଚୋରି, ଅଭିଯୁକ୍ତ ଗିରଫ

8

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ): – ରାଧାବଲ୍ଲଭ ମଠରୁ ଚୋରି କରିବା ଅଭିଯୋଗରେ ସିଂହଦ୍ୱାର ଥାନା ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା କଟକ ଚୌଦ୍ୱାରର ବିଭୂତି ମହାରଣା(୩୨) । ଅଭିଯୁକ୍ତ ଠାରୁ ୨ଟି ରୂପା ବଇଁଶୀ, ଗୋଟିଏ ରୂପା ଚାମର ଜବତ କରାଯାଇଛି । ଏନେଇ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ରବିବାର କୋର୍ଟ ଚାଲାଣ କରିଛି । ରବିବାର ସକାଳ ୮ଟା ସମୟରେ ଅଭିଯୁକ୍ତ ମଠ ଭିତରେ ପ୍ରବେଶ କରି ବଇଁଶୀ ଓ ଚାମର ଚୋରି କରିଥିଲା । ଏହି ସମୟରେ ମଠର ଗୁମାସ୍ତା ହିମାଂଶୁ ଶେଖର ମିଶ୍ର ଦେଖିଦେଇଥିଲେ । ଏହାପରେ ସେ ଅଭିଯୁକ୍ତ ସୁମନ୍ତକୁ କାବୁ କରି ପୁଲିସ ଜିମାରେ ଦେଇଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More