ରାତିରେ ରାସ୍ତାରେ ବୁଲୁଛନ୍ତି ହରିଣ, ରହିଛି ଶିକାରୀଙ୍କ ଭୟ

46

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) :- ପୁରୀରେ ରହିଛି ବାଲୁଖଣ୍ଡ ଜଙ୍ଗଲ । ଏହି ବଲିଖଣ୍ଡ ଜଙ୍ଗଲରେ ଅନେକ ପ୍ରକାରର ବନ୍ୟ ଜନ୍ତୁ ରୁହନ୍ତି । ଯେମିତି କି, ହରିଣ, ଠେକୁଆ, ବୁଲୁଆ ଓ ଗଧିଆ ଆଦି ଅନେକ ବନ୍ୟ ଯିବ ଜନ୍ତୁ ବସବାସ କରନ୍ତି । ଗତ ମହାବାତ୍ୟା ଫନିରେ ଏହି ବନ୍ୟ ଜନ୍ତୁ ବେଶ ପ୍ରଭାବିତ ମଧ୍ୟ ହୋଇଥିଲେ । ବିଶେଷ କରି ହରିଣ ମାନଙ୍କ ସଂଖ୍ୟା କମି ଯାଇଥିଲା । କାରଣ ବାତ୍ୟା ପ୍ରଭାବରେ ଜଙ୍ଗଲର ଗଛ ଭାଙ୍ଗି ଜଙ୍ଗଲ ଉଜୁଡ଼ି ଯାଇଥିଲା । ଯାହା ଫଳରେ କି ହରିଣ ମାନଙ୍କ ସଂଖ୍ୟା ଲୋପ ପାଇଥିଲା । କିନ୍ତୁ ଏବେ କିଛି ମାତ୍ରରେ ବାଲୁଖଣ୍ଡ ଜଙ୍ଗଲର ସବୁଜିମା ଫେରି ଆସିଛି । ଯାହା ଫଳରେ କି, ପୁଣି ଥରେ ହରିଣଙ୍କ ବଂଶ ବିସ୍ତାର ହେବାରେ ଲାଗିଛି । ଯାହା ଫଳରେ କି ରାତିରେ ରାସ୍ତା କଡ଼ରେ ପଲ ପଲ ହରିଣ ଦେଖିବାକୁ ମିଳିଛି । ବିଶେଷ କରି ପୁରୀ-କୋଣାର୍କ ବେଳାଭୂମି ମାର୍ଗ ରାସ୍ତା ଓ ତାଳବଣିଆ ନିକଟ ଭୁଦାନ ଛକରେ ହରିଣଙ୍କ ପଲ ଦେଖିବାକୁ ମିଳିଛି । ପ୍ରାକୃତିକ ପାଣି ପାଗରେ ପରିବର୍ତନ ହେବାରୁ ଏହାର ବଂଶ ବଢିଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଅନ୍ୟପଟେ ଗତ କିଛି ଦିନ ତଳେ ପୁରୀ – କୋଣାର୍କ ମାର୍ଗରେ ହରିଣ ମାରି ଶିଙ୍ଘ ତାଡି ନେଇ ଥିବା ଘଟଣା ସାମ୍ନାକୁ ଆସିଥିଲା । ରକ୍ତାକ୍ତ ଅଣ୍ଡିରା ହରିଣଟି ଛଟପଟ ହୋଇ ପ୍ରାଣ ହରାଇଥିବା ବେଳେ ଶିକାରୀ ସିଙ୍ଘ ନେଇଥିଲା । ମୃତ ହରିଣର ମୁଣ୍ଡ ଓ ଗୋଡ଼ରେ ଗଭୀର ଆଘାତ ଲାଗିଥିବା ବେଳେ ତା’ର ବୟସ ତିନି ବର୍ଷ ହେବ ବୋଲି ଅନୁମାନ କରାଯାଇଥିଲା । ଶିକାରୀ ଓ ଦୁର୍ବୁତ୍ତଙ୍କ କବଳରୁ କେତେ ଏହି ବନ୍ୟ ପ୍ରଣୀ ତାହା ସାଧାରଣରେ ପ୍ରଶ୍ନ ସୃଷ୍ଟି କରିଛି । ତେବେ ବନ ବିଭାଗ ଏହି ହରିଣଙ୍କ ସୁରକ୍ଷା ଦିଗରେ କଣ ଧନ୍ୟ ଦେଉଛି ତାହା ଦେଖିବାକୁ ବାକି ରହିଲା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More