ରାଜ୍ୟ ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ର , ଖରାପ ରାସ୍ତା ପାଇଁ ଗର୍ଭବତୀ ମହିଳା ବୁହା ହେଲେ ଖଟରେ

9

Get real time updates directly on you device, subscribe now.

ମୟୂରଭଞ୍ଜ(ସଂଘର୍ଷ ମିଡିଆ) : – ରାଜ୍ୟ ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ର , ଖରାପ ରାସ୍ତା ପାଇଁ ଗର୍ଭବତୀ ମହିଳା ବୁହା ହେଲେ ଖଟରେ। । ଖରାପ ରାସ୍ତା ଯୋଗୁଁ ଗାଁକୁ ଯାଇପାରିଲା ନାହିଁ ଆମ୍ବୁଲାନ୍ସ । ଖଟିଆରେ ବୁହା ହେଲେ ଗର୍ଭବତୀ ମହିଳା । ଏ ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ବିଶୋଇ ବ୍ଲକ ଅନ୍ତର୍ଗତ ଖଡମବେଡା ପଞ୍ଚାୟତ ବୁରୁଡି ଗ୍ରାମରେ। ଗର୍ଭବତୀ ମହିଳାକୁ ମେଡିକାଲ୍ ନେବା ପାଇଁ ଆମ୍ବୁଲାନ୍ସ ସେବା ସହିତ ଯୋଗାଯୋଗ କରିଥିଲେ ମଧ୍ୟ ରାସ୍ତା ଖରାପ୍ ଯୋଗୁଁ ଗାଁକୁ ଯାଇ ପାରି ନଥିଲା ଆମ୍ବୁଲାନ୍ସ, ଫଳରେ ଗର୍ଭବତୀ ମହିଳାକୁ ୪ କିମି ରାସ୍ତା ଖଟିଆରେ ବୋହି ଆମ୍ବୁଲାନ୍ସ ପାଖକୁ ଆଣିଥିଲେ ଗାଁ ଲୋକେ ଓ ମେଡିକାଲକୁ ନେଇଥିଲେ। ତେବେ ଗାଁ ଲୋକଙ୍କ କହିବା ମୁତାବକ ଦୀର୍ଘ ଦିନ ହେଲା ଉକ୍ତ ଗାଁର ସମସ୍ୟାକୁ ନେଇ ଗଣମାଧ୍ୟମ ମାଧ୍ୟମରେ ଖବର ପ୍ରସାରଣ ସହିତ ଲୋକପ୍ରତିନିଧି ଠାରୁ ଆରମ୍ଭ କରି କଲେକ୍ଟର, ବିଧାୟକ ପର୍ଯ୍ୟନ୍ତ ସମସ୍ତଙ୍କୁ ଦୃଷ୍ଟି ଗୋଚର କରିବା ସତ୍ତ୍ୱେ ଆଜି ପର୍ଯ୍ୟନ୍ତ ଆମ ଗାଁ ପ୍ରତି କୌଣସି ପଦକ୍ଷେପ ନେଇ ନାହାନ୍ତି ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି। ତେବେ ଉକ୍ତ ସମସ୍ୟାର ସମାଧାନ ନେଇ ସ୍ଥାନୀୟ ସରପଞ୍ଚଙ୍କ ସହିତ ଯୋଗାଯୋଗ କରିବାରୁ ସରପଞ୍ଚ ମହୋଦୟା ତାଙ୍କର ପ୍ରତିକ୍ରିୟା ଆମ ପାଖରେ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More