ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ବିକଳ ଚିତ୍ର : ଡାକ୍ତରଖାନା ଦିନରେ ବନ୍ଦ ,ରାତି କଥା କିଏ ବା କହିବ ?

11

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ପାତ୍ରପୁଟ ସ୍ବାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳୁଛି ଅଜବ ନିୟମ। ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ନିଯୁକ୍ତି ଦେଉଛନ୍ତି ସତ ହେଲେ ଏହି ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀ ସେବା ପରିବର୍ତ୍ତେ ନିଜ ସେବାରେ ନିଜେ ରହିଛନ୍ତି କର୍ମଚାରୀ। କୌଣସି ବ୍ୟକ୍ତି ଦେହ ଅସୁସ୍ଥ ହେଲେ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସି ଡକ୍ଟରଙ୍କୁ ଦେଖା କରି ଚିକିତ୍ସା ହେବା ଆଶା ନେଇ ଗଲେ କଥା ସରିଲା। ଲୋକ ଚିକିତ୍ସା ହେବ କଣ ସ୍ବାସ୍ଥ୍ୟ କେନ୍ଦ୍ର ଦିନରେ ବନ୍ଦ ରହୁଛି,ରାତି କଥା କିଏ ବା ଚିନ୍ତା କରିବ? ଏହି ସ୍ବାସ୍ଥ୍ୟ କେନ୍ଦ୍ର ଉପରେ କଣ୍ଟାଗାଁ, ଝରିଗୁମ୍ମା, ଅମଲାଭଟା, ପାତ୍ରପୁଟ, କାମତା ୫ଟି ଗ୍ରାମ ପଞ୍ଚାୟତର ଜନସାଧାରଣ ନିର୍ଭର କରିଥାନ୍ତି। ଜରୁରୀକାଳୀନ ସେବା ଯୋଗାଇଦେବା ନିମନ୍ତେ ଅତିକମରେ ଜଣେ ମଧ୍ୟ କର୍ମଚାରୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରହିବା କଥା, କେବଳ ସୁରକ୍ଷା ଗାର୍ଡକୁ ଛାଡିଦେଲେ ଅନ୍ୟ କର୍ମଚାରୀ ମାନେ ନିଜେ ନିଜର ବ୍ୟକ୍ତିଗତ କାମରେ ରହୁଛନ୍ତି।ସେମାନଙ୍କୁ ନିଜର ମାସିକ ଦରମା ଠିକ୍ ସମୟରେ ମିଳିଗଲେ ହେଲା। ରୋଗୀ ଚିକିତ୍ସା ସେବା ପାଆନ୍ତୁ ନ ପାଆନ୍ତୁ ତାଙ୍କର କିଛି ଯାଏ ଆସେ ନାହିଁ। ଏହି ସ୍ବାସ୍ଥ୍ୟ କେନ୍ଦ୍ରରେ ୨୦୨୧ରୁ୨୦୨୨ଆସିଲା। କର୍ମଚାରୀ ଅନୁପସ୍ଥିତି ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଲା । ତେନ୍ତୁଳିଖୁଣ୍ଟି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡକ୍ଟର ସମଲାଇ ପ୍ରସାଦ ପଣ୍ଡାଙ୍କୁ ବାରମ୍ବାର ଅଭିଯୋଗ ବର୍ଷେ ତଳେ କରାଯାଇଥିଲା। କୌଣସି କାର୍ଯ୍ୟାନୁଷ୍ଠାନ ନେବାକୁ ସତ ସାହାସ କରି ପାରୁନାହାନ୍ତି। ଏଥିରୁ ସ୍ପଷ୍ଟ ଜଣା ପଡୁଛି ଯେ ତାଙ୍କର ଭିତିରିଆ ବୁଝାମଣା ଠିକ୍, ତେଣୁ ଖବର ଯେତେ ଗଣ ମାଧ୍ୟମରେ ପ୍ରକାଶ ପାଇଲେ ବି କୌଣସି ପ୍ରଭାବ ପଡୁନାହିଁ।୨୦୨୧ରେ ଏହି ସ୍ବାସ୍ଥ୍ୟ କେନ୍ଦ୍ର ବିଷୟରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତତ୍କାଳୀନ ଡକ୍ଟର ଚୌଧୁରୀ ଶୋଭାରାଣୀ ମିଶ୍ର ଙ୍କ ସହିତ ଯୋଗାଯୋଗ କରିବାରୁ, ସେ କହିଥିଲେ, ତୁମ ଏରିଆ ପାଇଁ ଆମେ ଡକ୍ଟର ସମେତ ଅନ୍ୟାନ୍ୟ କର୍ମଚାରି ନିଯୁକ୍ତି ଦେଇଛୁ। ତୁମେ କାହିଁକି ଡକ୍ଟର ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ଡାକି ସେବା ପାଇ ପାରୁଁ ନାହ। ଏହାର ଗୋଟିଏ ବର୍ଷ ଅତିକ୍ରମ ହେଲା କିନ୍ତୁ ସ୍ବାସ୍ଥ୍ୟ କେନ୍ଦ୍ର ର କର୍ମଚାରୀ ଯେମିତି କୁ ସେମିତି ରହିଛନ୍ତି। ଏଠାରେ କୌଣସି ପରିବର୍ତ୍ତନ ହେଉନାହିଁ।ଏ ନେଇ ତେନ୍ତୁଳିଖୁଣ୍ଟି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ପ୍ରଥମେ ମତାମତ ପାଇଁ ଯୋଗା ଯୋଗ କରୁଥିଲୁ,ଯୋଗାଯୋଗ ସମ୍ଭବ ହୋଇ ପାରିନାହିଁ। ଏହାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡକ୍ଟର କାଳି ପ୍ରସାଦ ବେହେରାଙ୍କ ସହିତ ଯୋଗାଯୋଗ କରିବାରୁ ଆପଣ ମତେ ସ୍ବାସ୍ଥ୍ୟ କେନ୍ଦ୍ର ବନ୍ଦ ରହିଥିବା ଫଟୋ ପଠାନ୍ତୁ ମୁଁ ଦେଖୁଛି କହି ନରମି ଯାଇଥିଲେ। ଦିନକୁ ଦିନ ସ୍ବାସ୍ଥ୍ୟ ସେବା ପାଇଁ ଜନସାଧାରଣ ଆଉଟୁ ପାଉଟୁ ହେଉଥିବା ବେଳେ, ତଳରୁ ଉପର ମୁଣ୍ଡ ସବୁ ଏକ ହୋଇଥିବା ଦେଖିବାକୁ ମିଳୁଛି। ଏମାନଙ୍କୁ୨୦୧୯ ରେ ରାଜ୍ୟ ସରକାର ପ୍ରଣୟନ କରିଥିବା ମୋ ସରକାର ନା ସ୍ବାସ୍ଥ୍ୟ ବିଭାଗ କିମ୍ବା ଜିଲ୍ଲାପାଳ କିଏ ନେବ କାର୍ଯ୍ୟାନୁଷ୍ଠାନ ତାହା ଏବେ ଜନସାଧାରଣ ମନରେ ବିରାଟ ପ୍ରଶ୍ନ ସୃଷ୍ଟି କରିଛି।ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More