ରାଜ୍ୟ ସ୍ବାସ୍ଥ୍ୟସେବାର ବିକଳ ଚିତ୍ର

109

Get real time updates directly on you device, subscribe now.

ଭୁବନେଶ୍ବର(ସଂଘର୍ଷ ମିଡିଆ) : – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଚାଲିଥିବା ୨୪ ବର୍ଷର କୁଶାସନରେ ରାଜ୍ୟର ସରକାରୀ ସ୍ୱାସ୍ଥ୍ୟ ସେବା କିପରି ଭୟଙ୍କର ଭାବେ ପ୍ରଭାବିତ ଓ ବାରାବାଦ ହୋଇଛି , ଏହାର ସମ୍ୟକ ତଥ୍ୟ ଏଠାରେ ଉପସ୍ଥାପନ କରାଯାଉଛି । ସୂଚନା ଅଧିକାର ଆଇନ୍ ରେ Directorate of Health Services କାର୍ଯ୍ୟାଳୟ ରୁ 7.2.24 ରେ ମିଳିଥିବା ତଥ୍ୟ ଅନୁଯାୟୀ , ରାଜ୍ୟର 15ଟି ମେଡିକାଲ୍ କଲେଜ ଓ ହସ୍ପିଟାଲରେ ମଞ୍ଜୁରିପ୍ରାପ୍ତ 198 Radiographer ପଦବୀ ରୁ 99ଟି Radiographer ଅଛନ୍ତି । 99ଟି ପଦବୀ 10 ବର୍ଷ ଧରି ଖାଲି ପଡ଼ିଛି । ଅର୍ଥାତ୍ 50 ଭାଗ ପଦବୀ ଖାଲି । ସେହିପରି ସମୁଦାୟ 670 Laboratory Technician ପଦବୀରୁ 349 ପୂରଣ ହୋଇଛି , 321ଟି ପଦବୀ ଖାଲିପଡ଼ିଛି । ଅର୍ଥାତ୍ 45ଭାଗ ପଦବୀ ଖାଲି ପଡ଼ିଛି । ରାଜ୍ୟର 14ଟି ମେଡିକାଲ୍ କଲେଜ ଓ ହସପିଟାଲ ରେ ସମୁଦାୟ 477ଟି ଫାର୍ମାସିଷ୍ଟ ପଦବୀ ରୁ 244 ଜଣ କାର୍ଯ୍ୟରତ ଅଛନ୍ତି , 233j ପଦବୀ 10 ବର୍ଷ ଧରି ଖାଲି ପଡ଼ିଛି । ନବୀନ ସରକାରର ସରକାରୀ ସ୍ବାସ୍ଥ୍ୟ ସେବାକୁ ବାରବାଦ କରିବା ଓ BSKY ଯୋଜନା କରି private Hospital ମାନଙ୍କୁ ଲାଭ ଦେବା ବା promote କରିବାର ଏହା ଏକ ବଡ଼ ଷଡ଼ଯନ୍ତ୍ର । ଓଡ଼ିଶାବାସୀ ନବୀନ ସରକାରଙ୍କ ଏହି ଚରିତ୍ର ପ୍ରତି ସଚେତନ ରୁହନ୍ତୁ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More