ରାଜ୍ୟ ସ୍ତରୀୟ ସାରସ୍ଵତ ସମାରୋହରେ ଦୁଇ ସାମ୍ବାଦିକ ସମ୍ବର୍ଦ୍ଧିତ

26

Get real time updates directly on you device, subscribe now.

ଜଗତସିଂହପୁର ( ସଂଘର୍ଷ ମିଡିଆ ) : ଜଗତସିଂହପୁର ଜିଲାର ଦୁଇ ଜଣ ବରିଷ୍ଠ ସାମ୍ବାଦିକ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହରେ ସମ୍ବର୍ଦ୍ଧିତ ହୋଇଛନ୍ତି।କଟକ ଜିଲ୍ଲା ବାଙ୍କି ଚକାପଦ ସ୍ଥିତ ଭୁତନାଥ ମନ୍ଦିର ପ୍ରାଙ୍ଗଣରେ ଭୁତ ନାଥ ସାହିତ୍ୟ ଓ ସାଂସ୍କୃତିକ ସଂସଦ ଅୟୋଜିତରେ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହରେ ମୁଖ୍ୟଅତିଥି ଭାବେ ବାଙ୍କିର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଯୋଗଦେଇ ସଙ୍ଘର୍ଷ ନିଉଜର ଜଗତସିଂହପୁର ଜିଲ୍ଲା ପ୍ରତିନିଧି ସାମ୍ବାଦିକ ଦୁର୍ଯ୍ୟୋଧନ ମହାରଣାଙ୍କୁ ଶାଶ୍ୱତ ବାର୍ତ୍ତାବହ ସେବା ସମ୍ମାନରେ ଓ ନୀତିଦିନ ଦୈନିକ ଖବରକାଗଜର ଜଗତସିଂହପୁର ଜିଲାପ୍ରତିନିଧି ସାମ୍ବାଦିକ ଚନ୍ଦ୍ରକାନ୍ତ ଦାସଙ୍କୁ ସମ୍ବାଦ ସାରଥୀ ସମ୍ମାନରେ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ଭାଷା ଭାବନା ଓଡିଶା ର ପ୍ରତିଷ୍ଠାତା କବି ଓ କଥାକାର ସୁକାନ୍ତ କୁମାର ପ୍ରଧାନ,ସମାଜସେବୀ କେଶବ ଚନ୍ଦ୍ର ବେହେରା,ସଂଜୟ କୁମାର ପ୍ରଧାନ ,ବାଣିଜ୍ୟ ପ୍ରତିଷ୍ଠାନର ସଭାପତି ସମରେନ୍ଦ୍ର ମହାପାତ୍ର,ଭାଷା ଭାବନାର ସଂଯୋଜକ ସନ୍ୟାସୀ ବୈରାଗୀ ଚରଣ ଦାସ,ସୁଗାଳ୍ପିକ ମିନତୀ ଦାସ ନାୟକ ଯୋଗଦେଥିଲେ।ଭୁତନାଥ ସାହିତ୍ୟ ଓ ସାଂସ୍କୃତିକ ସଂସଦର ଆବାହକ ଅକ୍ଷୟ କୁମାର ସାମଲ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲା ବେଳେ ଅନୁଷ୍ଠାନର ସମ୍ପାଦକ ବାବୁଲି ରଣା କାର୍ଯ୍ୟକ୍ରମ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।ବରିଷ୍ଠ ସଂଯୋଜକ ମନୋଜ କୁମାର ରାଉତ ଓ ଅନୁଷ୍ଠାନର ସହ ସମ୍ପାଦକ ପ୍ରଦୀପ କୁମାର ଜେନା କବିତା ଆସରକୁ ସଂଯୋଜନା କରିଥିଲେ।ସଂସଦର ସଭାପତି ନିରଞ୍ଜନ ପଣ୍ଡା ଉଦଯାପିତ ଅଭିଭାଷଣ ଦେଇଥିବା ବେଳେ ସଂସଦର ଆଇନ ପରାମର୍ଶ ଦାତା ଅଜିତ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More