ଜଗତସିଂହପୁର(ସଂଘର୍ଷ ମିଡିଆ) : -ଜଗତସିଂହପୁର ସଦର ମହକୁମା ନିକଟସ୍ଥ ଝିଙ୍କରଢ଼ିହ ଶାସନରେ ଗାୟକ ବାଣିକଣ୍ଠ ଓ ଗାୟକ ରତ୍ନାକର ବନମାଳୀ ପତିଙ୍କର ରାଜ୍ୟ ସ୍ତରୀୟ ପନ୍ଦର ତମ ଗୁରୁପୂଜନ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଭାଷା ଭାବନା ଓଡିଶାର ପ୍ରତିଷ୍ଠାତା ସମ୍ପାଦକ ସୁକାନ୍ତ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲା ସଂସ୍କୃତି ଅଧିକାରୀ ଦିଲୀପ କୁମାର ଜେନା, ମୁଖ୍ୟବକ୍ତା ଭାବେ ଏବିଡ଼ିଓ ଅଜୟ କୁମାର ବେହେରା, ସମ୍ମାନୀତ ଅତିଥି ଭାବେ ପଣ୍ଡିତ ମାଧବା ନନ୍ଦ ପତି, ସନ୍ୟାସୀ ବୈରାଗୀ ଚରଣ ଦାସ, ଅଧଖ୍ୟା ହରପ୍ରସନା ରାଉତ, ଆଇଟିଆଇ ନିର୍ଦେଶକ ରଶ୍ମିରଞ୍ଜନ ମିଶ୍ର, ନିରଞ୍ଜନ ପତି,ଗାୟକ ନିରଞ୍ଜନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଗୁରୁପୂଜନ ର ମାହାତ୍ମ୍ୟ, ଭାରତୀୟ ସଂସ୍କୃତିରେ ଗୁରୁ ପୂଜନ ଓ ପରମ୍ପରାଆଦି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋକପାତ କରିଥିଲେ।ପ୍ରାମ୍ଭରେ ରାଜ୍ୟର ବିଭିନ୍ନ ଜିଲାରୁ ଆସିଥିବା ଶ୍ରୀ ପତିଙ୍କର ଅନୁଗାମୀ ମାନେ ପଞ୍ଚ କର୍ମ ବିଧି ଅନୁସାରେ ଗୁରୁପୂଜା କରିଥିଲେ ଏବଂ ମୁଁ ମୋ ଗୁରୁଙ୍କୁ ଯେତିକି ଜାଣେ ତାହା ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ।ଏହି କାର୍ଯ୍ୟକ୍ରମ କୁ ମଞ୍ଚ ସଂଚାଳକ ଗାୟକ ବାଗ୍ମୀ ନାରାୟଣ ମହାରଣା।ଶେଷରେ ଓଡିଶା ତରଫରୁ ଡି ସାଇ ଶ୍ରେୟାନ୍ସି ,ସାମ୍ବାଦିକ ଦୁର୍ଯ୍ୟୋଧନ ମହାରଣା,ଶିକ୍ଷକ ଅଶୋକ କୁମାର ମୁଦୁଲି,ଜିଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ ଜେନା, ଏବିଡ଼ିଓ ଅଜୟ କୁମାର ବେହେରା, କୁଜଙ୍ଗ ର ପାଇକ ଆଖଡା ନିର୍ଦେଶକ ତଥା କଳାକାର ଗୋଲେଖ ଜୟସିଂ, ଚିତ୍ରଲେଖା ସିଂ ଏବଂ ମନୋରମା ପରିଡା ଆଦିଙ୍କୁ ଭାଷାଭାବନା ସେବା ଗୌରବ ସମ୍ମାନ ରେ ପୁଷ୍ପମାଲ୍ୟ, ଉତ୍ତରୀୟ ,ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।ଶେଷରେ ଗାୟକ ରବୀନ୍ଦ୍ର କୁମାର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମ ରେ ଗାୟକ ବେଣୁଧର ଷଡ଼ଙ୍ଗୀ,ଗାୟିକା ଶାନ୍ତି ଲତା ସାହୂ,ବିଚିତ୍ରା ନନ୍ଦ ପତି, ଗାୟକ ପ୍ରଦ୍ୟୁମ୍ନ ପାତ୍ର, ସତ୍ୟବ୍ରତ କର, ଗାୟକ ଜଗନ୍ନାଥ ମହାନ୍ତ, ଗାୟକ ଜଗତଯିବନ ଆଚାର୍ଯ୍ୟ,ଶ୍ରୀପାଳିଆ ଆର୍ତ୍ତ ବନ୍ଧୁ ବାଲ, ସୁବାଷ ସେନାପତି ସହାୟତା କରିଥିଲେ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।