ରାଜ୍ୟ ସରକାର ହାଇସ୍କୁଲ ଛାତ୍ର ଛାତ୍ରୀଙ୍କ ୟୁନିଫର୍ମ ରଙ୍ଗ ବଦଳାଇବା ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଲେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ୍

11

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ) : ରାଜ୍ୟ ସରକାର ଗତ 10 ତାରିଖରେ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ବଦଳାଇବା ନେଇ ଆଡ଼ଭାଇଜାରୀ ଜାରି କରିଛନ୍ତି । ଯାହା ଗ୍ରହଣୀୟ ନୁହେଁ ବୋଲି ଧାମନଗରର ଯୁବ ବିଧାୟକ କହିଛନ୍ତି । ଶିକ୍ଷା ଅନୁଷ୍ଠାନରେ ରାଜନୀତି କରଣ ନ କରି ସ୍ୱଛତା ଆଣିବା ଉପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ । ପୂର୍ବରୁ ସ୍କୁଲରେ ଛାତ୍ର ଛାତ୍ରୀ ମାନଙ୍କ ଯେଉଁ ରଙ୍ଗର ଡ୍ରେସ ରହିଥିଲା । ସେହି ରଙ୍ଗ ହେଉଛି ଘନ ନୀଳ ଯାହାକି ଆମ ଜାତୀୟ ପତକାର ଅଶୋକ ଚକ୍ରର ରଙ୍ଗ.ସମାନତା, ଏହାକୁ ପରିବର୍ତନ କରି ଯେଉଁ ସବୁଜ ରଙ୍ଗ କରାଯାଉଛି ।ଏଥିରେ ରାଜନୀତିର ବାସ୍ନା ଓଡିଶାବାସୀ ବାରୁଛନ୍ତି । ଶିଖ୍ୟାନୁଷ୍ଠାନ ଏକ ନିରାପକ୍ଷେ ଅଞ୍ଚଳ। ସେଠାରେ ସବୁ ରାଜନୈତିକ ଦଳ ମାନଙ୍କର ନୈତିକ କର୍ତ୍ତବ୍ୟ ରହିଛି । ରାଜ୍ୟରେ 19% ନବଜାତ ଶିଶୁ ପୃଷ୍ଟିକର ଖାଦ୍ୟର ଅଭାବ। 31% ଦୃଷ୍ଟିହୀନତାର ଶିକାର ଓ 60% ରକ୍ତ ହୀନତାର ଶିଶୁ ଶିକାର ହେଉଛନ୍ତି ବୋଲି କହିଛନ୍ତି ଯୁବ ବିଧାୟକ ସୂର୍ଯ୍ୟବଂଶୀ ସୁରଜ। ଯାହାକି ରାଜ୍ୟ ସରକାର ଏହା ଉପରେ ଗୁରୁତ୍ୱ ଦେବା ଦରକାର ବୋଲି କହିଛନ୍ତି ଧାମନଗରର ଯୁବ ବିଧାୟକ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More