କନ୍ଧମାଳ(ସଂଘର୍ଷ ମିଡିଆ ) : କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଭ୍ରମରବାଡି ଗ୍ରାମ ପଞ୍ଚାୟତ ର ଲାଦାଙ୍ଗି ଗ୍ରାମରେ ପୁଣି ଏକ ଜନନୀ ଯନ୍ତ୍ରଣା ନଜରକୁ ଆସିଛି। ସୂଚନା ଅନୁଯାୟୀ ଗତକାଲି ଲାଦାଙ୍ଗି ଗ୍ରାମ ମୂଖ୍ୟ ରାସ୍ତାଠାରୁ ୬ କିଲୋମିଟର ରାସ୍ତା ଉପାନ୍ତ ଦୁର୍ଗମ ଅଞ୍ଚଳ ୩୫ ରୁ ୪୦ ପରିବାର ବସବାସ କରନ୍ତି। ଉକ୍ତ ଗ୍ରାମର ଲୋକ ମୂଖ୍ୟ ରାସ୍ତାକୁ ଆସିବାକୁ ହେଲେ ୬ କିଲୋମିଟର ଚାଲି ଆସିବାକୁ ପଡ଼ି ଥାଏ । ଏହି କ୍ଷେତ୍ରରେ ଲାଦାଙ୍ଗି ଗ୍ରାମର ଗର୍ଭବତୀ ମହିଳା ବନିତା ପ୍ରଧାନ (୩୦), ସ୍ବାମୀ ମୃତ୍ୟୁଞ୍ଜୟ ପ୍ରଧାନ ତାଙ୍କ ସ୍ତ୍ରୀଙ୍କର ପ୍ରସବ ବେଦନାରେ ଛଟପଟ ହେଉଥିବା ଦେଖି ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ସେହି ସମୟରେ ୧୦୮ ଆମ୍ବୁଲାନ୍ସ ପହଞ୍ଚି ମୂଖ୍ୟ ରାସ୍ତାରୁ ୩ କିଲୋମିଟର ପର୍ଯ୍ୟନ୍ତ ଯାଇ ରହିଥିଲା । ଆଗକୁ ଯାଇପାରି ନଥିଲା। ଏହି ସମୟରେ ମହିଳା ଅଧିକ ମାତ୍ରା ଛଟପଟ ହୋଇ ଅଧା ରାସ୍ତାରେ ପ୍ରସବ କରିଥିବା ଦେଖାଯାଇଛି । ଯେହେତୁ ଗ୍ରାମକୁ ଗାଡ଼ି ପହଞ୍ଚି ବାକୁ ହେଲେ ରାସ୍ତାର ଅବସ୍ଥା ସୋଚନୀୟ । ରାସ୍ତା ଅବସ୍ଥା ଖରାପ ଥିବା ଯୋଗୁଁ ବାଧ୍ୟ ହୋଇ ପ୍ରସବ ପରେ ସ୍ଥାନୀୟ ଆଶା ଦିଦି ଆମ୍ବୁଲାନ୍ସର ଗାଡ଼ି ଡ୍ରାଇଭର ମହିଳା ଜଣଙ୍କୁ ପାହାଡ଼ ଡେଇଁ ଡେଇଁ ପ୍ରାୟ ୧ କିଲୋମିଟର ଖଟିଆରେ ବୋହି ଆଣୁଥିବା ଦୃଶ୍ୟ ଦେଖାଯାଇଛି। ଏହି କ୍ଷେତ୍ରରେ ସ୍ଥାନୀୟ ଫାର୍ମାସିଷ୍ଟ ଅମିତ୍ ଚନ୍ଦ୍ର ଦେହୁରି, ଗାଡ଼ି ଚାଲକ ଶିବରାମ ମଲିକ ଏବଂ ପରିବାର ସହଯୋଗ ରେ ଷ୍ଟ୍ରେଚରରେ ଧରି ପ୍ରାୟ ୩ କିଲୋମିଟର ଦୂର ଚାଲି ଚାଲି ଆମ୍ବୁଲାନ୍ସ ପାଖକୁ ଅଣା ଯାଇଥିଲା। ମହିଳା ବନିତା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇ ଦାରିଙ୍ଗିବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପହଞ୍ଚି ଚିକିତ୍ସିତ ହେଉଥିବା ଦେଖାଯାଇଛି। ଏହି ସ୍ଥାନୀୟ ଆଶା ଦିଦି ଗାଡ଼ି ଚାଲକ ଫାର୍ମାସିଷ୍ଟ କର୍ମଚାରୀ ମାନଙ୍କର କାର୍ଯ୍ୟକ୍ରମକୁ ଦେଖି ଅଞ୍ଚଳ ବାସୀ ବେଶ୍ ପ୍ରଶଂସା କରିଥିଲେ। ଏହି ଦିଗରେ ଜିଲ୍ଲାର ପ୍ରତ୍ୟେକ ବ୍ଲକ ବ୍ଲକର ପ୍ରତ୍ୟେକ ପଞ୍ଚାୟତ ରେ ଜନନୀ ଯନ୍ତ୍ରଣା ବାରମ୍ବାର ଦେଖାଯାଇଛି। କନ୍ଧମାଳ ଜିଲ୍ଲାରୁ ଗୁପ୍ତ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ।