ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସଦସ୍ୟାଙ୍କ କେନ୍ଦ୍ରାପଡ଼ା ଗ୍ରସ୍ତ

20

Get real time updates directly on you device, subscribe now.

କେନ୍ଦ୍ରାପଡ଼ା ( ସଂଘର୍ଷ ମିଡିଆ ) : ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସଦସ୍ୟା ମନ୍ଦାକିନୀ କର ,କେନ୍ଦ୍ରାପଡ଼ା ଜିଲ୍ଲା ଗ୍ରସ୍ତରେ ଗୁରୁବାର ଦିନ ଆସି ଭାରାପ୍ରାପ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ ଙ୍କ ସହ ଏକ ବୈଠକରେ ଜିଲ୍ଲାର କାର୍ଯ୍ୟକାରୀ ହେଉଥିବା ଶିଶୁ ସୁରକ୍ଷା ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟକ୍ରମ ସମୀକ୍ଷା କରିଥିଲେ। ସଦଭାବନା ସଭାଗୃହରେ ସ୍ଥାନୀୟ ପ୍ରେସ ମିଡିଆ ସହ ଭାବର ଆଦାନପ୍ରଦାନ କରିଥିଲେ। ଓ ମିଡିଆ ମାଧ୍ୟମରେ ଆସୁଥିବା ବିଭିନ୍ନ ତଥ୍ୟ ଯଥା ବାଲ୍ୟ ବିବାହ, ଶିଶୁ ଶ୍ରମିକ, ଅସହାୟ ପିଲାମାନଙ୍କୁ ସହାୟତା ଆଦି ଉପରେ ପ୍ରଶାସନର ଦୃଷ୍ଟି ଆଣିବାକୁ ଅନୁରୋଧ ରଖିଥିଲେ। ଏହାପରେ ସ୍ଥାନୀୟ ସିଡବ୍ଲୁସି କାର୍ଯ୍ୟଳୟକୁ ଯାଇ ସମୀକ୍ଷା କରିଥିଲେ।ଲୁଥେରାନ ମହିଳା ସମିତି ଦ୍ୱାରା ପରିଚାଳିତ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ପରିଦର୍ଶନ କରି ସେଠାରେ ଥିବା ସମସ୍ୟା ଉପରେ ସମୀକ୍ଷା କରିଥିଲେ। ଆରକ୍ଷୀ ଅଧିକ୍ଷକ କେନ୍ଦ୍ରାପଡ଼ାଙ୍କ ତରଫରୁ ଇନ୍ସପେକ୍ଟର ସସ୍ମିତା ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ଇଉନିଟର ବାଦଲ କୁମାର ଦାସ, ଭାରାପ୍ରାପ୍ତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ଏହି ଗ୍ରସ୍ତକୁ ସୂଚାରୁରୂପେ ପରିଚାଳନା କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More