ରାଜ୍ୟ ରଜକ ସମ୍ମିଳନୀ ଅନୁଷ୍ଠିତ

7

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ ) : ନରସିଂହପୁର ଚମ୍ପାନାଥ ପୀଠ ସଂଲଗ୍ନ ସମ୍ମିଳନୀ କକ୍ଷରେ ବଡ଼ମ୍ବା ନରସିଂହପୁର ସମେତ ସଂଲଗ୍ନ ୧୦ଟି ପୂର୍ବତନ ଗଡ଼ଜାତ ଅଂଚଳର ଶୀର୍ଷ ସଂଗଠନ ୧୦ ରାଜ୍ୟ ରଜକ ସମାଜ ର ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଦଶରାଜ୍ୟ ସମାଜର ସଭାପତି ଶ୍ରୀ ପରମାନନ୍ଦ ସେଠି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଉଦ୍ଘାଟକ ରୂପେ କଟକ ଜିଲ୍ଲା ପରିଷଦ ଅଧକ୍ଷ ଶ୍ରୀ କିଶୋର ଚନ୍ଦ୍ର ମିଶ୍ର ,ବିଧାୟକ ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର ମୁଖ୍ୟ ଅତିଥି ରୂପେ ଓ ସମ୍ମାନିତ ଅତିଥି ଭାବେ ଉତ୍କଳ ତୈଳିକ ବୈଶ୍ୟ ମହାସଭାର ଉପସଭାପତି ଶ୍ରୀ ରବୀନ୍ଦ୍ର ସାହୁ, ଉଡ୍ର ଖଣ୍ଡାୟତ ସମାଜର କର୍ମକର୍ତ୍ତା ଶ୍ରୀ ସଦାନନ୍ଦ ସ୍ୱାଇଁ, ବଡ଼ମ୍ବା ବ୍ଲକ ଉପାଧ୍ୟକ୍ଷଙ୍କ ପ୍ରତିନିଧି ଶ୍ରୀ ସୁଶାନ୍ତ ଜେନା ପୁଷ୍ପ ଗୁଛ ଓ ଉତରୀୟ ଦେଇ ସଂମାନିତ କରାଯାଇଥିଲା ବେଳେ ସାମ୍ବାଦିକ ମହେଶ୍ୱର ସେଠି ସଞ୍ଜୟ ପଟ୍ଟନାୟକ ,ଦେବୀ ରଥ ବିନୋଦ ନନ୍ଦ ତଥାଗତ ବିଶ୍ୱାଳ ଙ୍କୁ ସଂମାନିତ କରାଯାଇଥିଲା ।ପ୍ରମୁଖ କାର୍ଯ୍ୟକର୍ତା ମାନେ ନିଜ଼ ନିଜ଼ର ବକ୍ତବ୍ୟ ରଖିଥିଲେ । ସମାଜର ଦଶ ରାଜ୍ୟ ସମ୍ପାଦ ଶ୍ରୀ ଅପର୍ତ୍ତି ସେଠୀ ବିବରଣୀ ଉପସ୍ଥାପନା କରିଥିଲେ । ବିଭିନ୍ନ ରାଜ୍ୟ କର୍ମକର୍ତ୍ତା ସର୍ବଶ୍ରୀ ରଘୁନାଥ ସେଠୀ, ରବୀନ୍ଦ୍ର ସେଠୀ, ନୀଳମଣି ସେଠୀ, ଦିଲ୍ଲୀପ ସେଠୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଶ୍ରୀ ଟୁକୁନା ସେଠୀ ପ୍ରଭୃତି ସଂଯୋଜନା କରିଥିଲେ । ଦଶ ରାଜ୍ୟ ସମାଜର ଉନ୍ନତି ପାଇଁ ଗୃହ ପ୍ରତିଷ୍ଠା ସମ୍ପର୍କରେ ଆଲୋଚନା ହୋଇଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More