ନବରଙ୍ଗପୁର/ଡାବୁଗାଁ(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ କୁ ରାଜ୍ୟ ଯୋଜନା ଓ ସମନ୍ଵୟ କ୍ୟାବିନେଟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଶୁକ୍ରବାର ଡାବୁଗାଁ ବ୍ଲକ କୁ ଗସ୍ତ କରି ୪ ଟି ପ୍ରକଳ୍ପର ଭୂମି ପୂଜନ କରିଛନ୍ତି | ଆଜି ରାଜ୍ୟ ଯୋଜନା ଓ ସମନ୍ଵୟ କ୍ୟାବିନେଟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ହେଲିକପ୍ଟର ଯୋଗେ ଆସି ପୂର୍ବାହ୍ନ ୧୧ ଘ. ସମୟରେ ଡାବୁଗାଁ ବ୍ଲକ ର ଡାବୁଗାଁ ପଞ୍ଚାୟତ ଅଧୀନ ଚିକିଲି ଗ୍ରାମର ମିନି ଷ୍ଟାଡିୟମଠାରେ ପହଞ୍ଚିଥିଲେ |ମନ୍ତ୍ରୀ ହେଲି ପ୍ୟାଡ ରୁ ଓହ୍ଲାଇ କାରରେ ଚିକିଲି ଛକ ରେ ଓହ୍ଲାଇ ଚାଲି ଚାଲି ପ୍ରସେସନ ରେ ମଞ୍ଚ ପାଖକୁ ଅଣାଯାଇଥିଲା lପ୍ରଥମେ ୪ ଟି ପ୍ରକଳ୍ପର ଭୂମି ପୂଜନ କରାଯାଇଥିଲା | ଏଥିରେ ପ୍ରକଳ୍ପଗୁଡିକ ହେଲା ଯଥା:- ଚଚରାଗୁଡା ପଞ୍ଚାୟତ ସଦରମହକୁମାଠାରେ ଥିବା ହାଟ ପିଣ୍ଡି, ଚଚରାଗୁଡା ଗ୍ରାମରେ ବ୍ୟାଙ୍କ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ, ଅଞ୍ଚଳା ପଞ୍ଚାୟତର ଅଞ୍ଚଳା ଗ୍ରାମରେ ବ୍ୟାଙ୍କ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ ଓ ମେଦନା ପଞ୍ଚାୟତ ସଦରମହକୁମା ଠାରେ ହାଟପିଣ୍ଡିର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି | ପରେ ସାଧାରଣ ସଭାରେ ଉପସ୍ଥିତ ଜନସାଧାରଣଙ୍କୁ ମନ୍ତ୍ରୀ ଉଦବୋଧନ ଦେଇଥିଲେ | ଏହି ସଭାରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି, ଡାବୁଗାଁ ବିଧାୟକ ତଥା ଜିଲ୍ଲା ଯୋଜନାବୋର୍ଡ ଅଧ୍ୟକ୍ଷ ମନୋହର ରନ୍ଧାରୀ, ନବରଙ୍ଗପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଶୋୟୀ, ସାଂସଦ ପ୍ରତିନିଧି ଏମ୍. ଆପା ରାଓ, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ଡାବୁଗାଁ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ବିଜୟ କୁମାର ବେହେରା, ମେଦନା ପଞ୍ଚାୟତ ସରପଞ୍ଚ ସୁମିତ୍ରା ମାଝି, ଚଚରାଗୁଡା ପଞ୍ଚାୟତ ସରପଞ୍ଚ ରଞ୍ଜୁ ଭତରା, ଅଞ୍ଚଳା ପଞ୍ଚାୟତ ସରପଞ୍ଚ ରମେଶ ମାଝି, ଜିଲ୍ଲା ମହିଳା ବିଜେଡି ସମ୍ପାଦିକା ସ୍ଵର୍ଣ୍ଣଲତା ଭତରା, ବ୍ଲକ ବିଜେଡି ମହିଳା ସଭାନେତ୍ରୀ ହୀରା ହରିଜନ, ବ୍ଲକ ମିଡିଆସେଲ ସବିତା ମହାନ୍ତି ଓ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଓ ବହୁ ସଂଖ୍ୟାରେ ଜନସାଧାରଣ ମାନେ ଯୋଗ ଦେଇଥିଲେ | ଶେଷରେ ବିଭିନ୍ନ ଦଳ ଛାଡି ମାନିଆଗୁଡା ଗ୍ରାମର ୫୭ ଜଣ, ଚଚରାଗୁଡା ଗ୍ରାମର ଅବସରପ୍ରାପ୍ତ ପଦ୍ମନାଭ ପୁଝାରୀଙ୍କ ସହ ୫ ଜଣ ବିଜେଡି ଦଳରେ ଅନୁଷ୍ଠାନିକ ଭାବେ ସାମିଲ ହୋଇଥିଲେ |ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା l ବହୁ ସଂଖ୍ୟାରେ ଜନସମୁଦ୍ର ଦେଖାଦେଇଥିଲା l ଅଗ୍ନିଶମ ବିଭାଗ ଦ୍ଵାରା ଉକ୍ତ ସ୍ଥାନରେ ସଜାଗ ରହି କାର୍ଯ୍ୟ ସମ୍ପାଦନ କରିଥିଲେ l ମୋ ସେବା କେନ୍ଦ୍ର ଗୁଡିକୁ ଅଧିକ କ୍ରିୟାଶୀଳ କରିବା ନେଇ ଚାରି ଦଫା ଦାବୀ ମନ୍ତ୍ରୀ ଙ୍କୁ ଜିଲ୍ଲା ସଂଘ ପ୍ରଦାନ କରିଛି, ଦାବୀ ଗୁଡିକୁ ବିଚାରକୁ ନେଇ ଥିବାରୁ ସଂଘର କର୍ମକର୍ତ୍ତା ଉତ୍ସାହିତ ଅଛନ୍ତି ବୋଲି ଦର୍ଶାଇଛନ୍ତି l
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ସହ ଡାବୁଗାଁରୁ ଜି ବିନୋଦଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l
Get real time updates directly on you device, subscribe now.
Next Post