ରାଜ୍ୟ ମହିଳା ଆୟୋଗ ଆଇନ ସଚେତନତା କର୍ମଶାଳା ଅନୁଷ୍ଠିତ

24

Get real time updates directly on you device, subscribe now.

କଳାହାଣ୍ଡି(ସଂଘର୍ଷ ମିଡିଆ) : -ଆଜି କଳାହାଣ୍ଡି ଜିଲ୍ଲାର ମୁଖ୍ୟଳୟ ଭବାନୀପାଟଣା ଓୟୁଏଟି କୃଷି ମହାବିଦ୍ୟାଳୟର କନ୍ଫରେନ୍ସ ହଲରେ ଓଡିଶା ରାଜ୍ୟ ମହିଳା ଆୟୋଗ ଦ୍ୱାରା ମହିଳାଙ୍କ ପାଇଁ ଆଇନ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଆଇନ ସଚେତନତା କାର୍ଯ୍ୟକ୍ରମରେ ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ଡ଼. ମିନତି ବେହେରା,କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେସା.ରେଡ୍ଡି, କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ପୋୖରାଧକ୍ଷ୍ୟା ଭବାନୀପାଟଣା ସଂଯୁକ୍ତା ବେହେରା, ମହିଳା ଆୟୋଗ ସଦସ୍ୟା ସ୍ବର୍ଣ୍ଣାଲତା ସାମଲ ସମେତ ଅନ୍ୟ ଅତିଥି ଉପସ୍ଥିତ ରହି ମହିଳାଙ୍କ ପାଇଁ ରହିଥିବା ଆଇନ ବ୍ୟବସ୍ଥା , ସମାଜର ମୁଖ୍ୟସ୍ରୋତରେ ମହିଳାଙ୍କ ପାଇଁ ରହିଥିବା ଅଧିକାର ଉପରେ କର୍ମଶାଳାରେ ଆଲୋଚନା ଓ ସମୀକ୍ଷା କରାଯାଇଛି । ଏହି ଅବସରରେ ମହିଳା ସଶକ୍ତିକରଣ ଓ ମହିଳାଙ୍କୁ ସ୍ୱାବଲମ୍ବୀ କରିବାରେ ନେତୃତ୍ୱ ନେଇଥିବା ସ୍ବେଚ୍ଛାସେବୀ ଓ ସାମାଜିକ କର୍ମିଙ୍କୁ ମହିଳା ଆୟୋଗ ପକ୍ଷରୁ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More