ଜଗତସିଂହପୁର(ସଂଘର୍ଷ ମିଡିଆ ) : ଜଗତସିଂହପୁର ସ୍ଥିତ ଆଦିକବି ଶାରଳା ଦାସ ସଂସ୍କୃତି ଭବନ ପରିସରରେ ଓଡିଶା ରାଜ୍ୟ ମହିଳା ଆୟୋଗ ଓ ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଓଡିଶା ରାଜ୍ୟ ମହିଳା ଆୟୋଗ ଅଧକ୍ଷା ଡକ୍ଟର ମିନତୀ ବେହେରା ଯୋଗ ଦେଇଥିଲେ।ଗୋଟିଏ ପ୍ରଗତିଶୀଳ ସମୃଦ୍ଧ ରାଷ୍ଟ୍ର ଗଠନ କରିବାକୁ ହେଲେ ମହିଳା ମାନଙ୍କର ଉର୍ଣ୍ଣତି ନିତ୍ୟାନ୍ତ ଆବଶ୍ୟକ । ମହିଳାମାନେ କିଭଳି ସମାଜରେ ଆତ୍ମ ସମ୍ମାନର ସହିତ ନିଜର ଅଧିକାରକୁ ଅଖୁର୍ଣ୍ଣ ରଖି ଜୀବନ ନିର୍ବାହ କରିବେ ସେଥିପାଇଁ ମହିଳା କମିଶନ ସଦାସର୍ବଦା ଜାଗ୍ରତ ରହିଛି ବୋଲି ଅଧକ୍ଷା ମତବ୍ୟକ୍ତ କରିଥିଲେ। ଏହି ଶିବିରରେ ଅଧକ୍ଷତା କରି ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଲେ ମୁଁ ଗର୍ବିତ ମନେକରୁଛି ଜଗତସିଂହପୁର ଜିଲ୍ଲାରେ ବହୁ ଦକ୍ଷ ପ୍ରତିଭାବାନ ମହିଳା ସରକାରୀ ଅଧିକାରୀ ଅଛନ୍ତି ଯେଉଁ ମାନଙ୍କ ପାଇଁ ଜିଲା ପ୍ରଶାସନ କେବଳ ନୁହେଁ ରାଜ୍ୟର ତଥା ସମଗ୍ର ଦେଶରେ ନାଁ କରିଛନ୍ତି।ଏହି ଆଇନ ସଚେତନତା ଶିବିରରେ ଆଠ ଜଣ ମହିଳା କୋଭିଡ଼ି ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ଶିବିରରେ ଯୋଗଦେଇ ମହିଳା କମିଶନର ସଦସ୍ୟା ସ୍ନେହାଞ୍ଜଳି ମହାନ୍ତି,ସ୍ବର୍ଣ୍ଣାଲତ ସାମଲ ପକସୋ ଆଇନ, ମହିଳା ସୁରକ୍ଷା,କନ୍ୟା ଭ୍ରୁଣ ହତ୍ୟା ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।ପରେ ମହିଳା କମିଶନ ଅଧକ୍ଷା ଓ ସଦସ୍ୟା ମାନେ ଜେଲ,ମୁଖ୍ୟଚିକିତ୍ସାଳୟ ର ପ୍ରସୂତି ୱାର୍ଡ,ସଖୀସେଣ୍ଟର ଓ ସ୍ୱାଧ୍ୟାର ଗୃହ ପରିଦର୍ଶନ କରି ମହିଳା ମାନଙ୍କ ଭଲମନ୍ଦ ପଚାରି ବୁଝିଥିଲେ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।